ନେତା ହେବ ତ ଏମିତି: ଚାରି ଚାରି ଥର ରହିଲେ ବିଧାୟକ ପଦରେ, ହେଲେ ସଜାଡି ପାରିଲେନି ଭାଙ୍ଗି ଯାଇଥିବା ନିଜ ଘରର ଛାତ

ଆଜିର ଦିନରେ ସେ ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ଜୀବନଜାପନ କରିବାକୁ ବାଧ୍ୟ ହୋଇଛନ୍ତି

429

କୌଣସି ବିଧାନସଭାରୁ ଚାରି ଚାରି ଥର ଲଗାତର ଭାବରେ ବିଧାୟକ ହେବା ଏତେ ସହଜ କଥା ନୁହେଁ , ଆଉ ସେ ବି ପୂରା ସଚ୍ଚୋଟତାର ସହ । ସେହିପରି କୌଣସି ବି ଦଳ ନିଜର ଏଭଳି ନେତାକୁ ମୁଣ୍ଡ ଉପରେ ବସାଇବେ, ଯଦି ଚାହିଁବେ ତ । ହେଲେ ଏଭଳି ହୋଇନଥିଲା ।

ଖଣ୍ଡୱାରୁ ବିଧାୟକ ରହିଆସିଥିବା ରଘୁରାଜ ସିଂହ ତୋମର ଏତେ ବର୍ଷ କାଳ ବିଧାୟକ ରହିବା ସତ୍ୱେ ବି ତାଙ୍କୁ ପାର୍ଟିରୁ ଟିକେଟ୍ ଖଣ୍ଡିଏ ମିଳିନଥିଲା । ପୁଣି ୨୦୦୩ ପରେ ସେ କୌଣସି ନିର୍ବାଚନ ବି ଲଢିନଥିଲେ । ଆଜିର ଦିନରେ ସେ ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ଜୀବନଜାପନ କରିବାକୁ ବାଧ୍ୟ ହୋଇଛନ୍ତି ।

ଆଜିର ଦିନରେ ଯେଉଁଠି ରାଜନେତାମାନେ ଦାମୀଗାଡି ଚଢି ବୁଲୁଛନ୍ତି ଏବଂ ସରକାରୀ ଆଲିଶାନ ବଙ୍ଗଳାରେ ରହୁଛନ୍ତି ସେଇଠି ଏଭଳି ଜଣେ ନେତା ବି ଅଛନ୍ତି ତାହା ନିଶ୍ଚୟ ଆଶ୍ଚର୍ଯ୍ୟକର ଘଟଣା । ଯାହାଙ୍କ ନିକଟରେ ସଚ୍ଚୋଟତା ସମାଜ ସେବକର ଛବି ପ୍ରତିଫଳିତ ହୋଇଛି । ଏହି ନେତା ଜଣକ ହେଲେ ରଘୁରାମ ସିଂହ ତୋମର । ଚାରି ଚାରି ଥର ବିଜେପି ବିଧାୟକ ରହିବା ପରେ ୨୦୦୩ରେ ସେ ପୁଣି ଟିକେଟ ପାଇଁ ଦାବିଦାର ରହିଥିଲେ, ହେଲେ ବଦଳରେ ତାଙ୍କୁ ୧୪ ଲକ୍ଷ ଟଙ୍କା ମଗାଯାଇଥିଲା ।

ହେଲେ ସଚ୍ଚୋଟତାର ପ୍ରତୀକ ତୋମର ଏହାକୁ ମନା କରିଦେଇଛନ୍ତି । ଶେଷରେ ତାହା ହିଁ ହୋଇଥିଲା ଯାହା ସବୁବେଳେ ଜଣେ ସଚ୍ଚୋଟ ବ୍ୟକ୍ତିଙ୍କ ସହ ହୋଇଥାଏ । ଅର୍ଥାତ୍ ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ଦଳରୁ ଟିକେଟ ମିଳିନଥିଲା । ଏତେ ବର୍ଷ ବିଧାୟକ ରହିବା ପରେ ବି ତାଙ୍କର ଏଭଳି ଅବସ୍ଥା ହୋଇଗଲା କି ଘରର ଭଙ୍ଗା ଟିଣକୁ ବଦଳାଇବାକୁ ବି ତାଙ୍କ ପାଖରେ ଟଙ୍କା ନାହିଁ । ଘରର ଅବସ୍ଥା ଗାଇ ଗୁହାଅ ସହ ସମାନ । କେବଳ ସ୍ମୃତି ଭାବରେ ଘରର ଆଗରେ ଠିଆ ହୋଇଛି ବ୍ୟାଙ୍କରୁ ଲୋନ ନେଇ କିଣିଥିବା ଅଚଳ ହୋଇ ପଡିଥିବା ଗୋଟିଏ ଜିପ୍ । ବର୍ତ୍ତମାନ ତୋମର ପୁନାସା ବ୍ଲକ ମୁଖ୍ୟାଳୟରୁ ୧୦ କିଲୋମିଟର ଦୂରରେ ଥିବା ଥିବା ଏକ ଗାଁରେ ରହୁଛନ୍ତି ।

ସରକାରୀ ସହାୟତା ଭାବରେ ତାଙ୍କୁ ପେନସନ ଆକାରରେ ମିଳୁଛି ମାତ୍ର ୩୫ ହଜାର ଟଙ୍କା । ଏହି ଟଙ୍କାରୁ ସେ ନିଜର ଚିକିତ୍ସା ଖର୍ଚ୍ଚ ସହିତ ନାତି ନାତୁଣୀଙ୍କର ପାଠପଢା ଖର୍ଚ୍ଚ ବି ଉଠାଉଛନ୍ତି । ବିଧାୟକ ଥିବା ବେଳେ ସେ ସାଧାରଣ ଜନତାଙ୍କ ହୀତ ପାଇଁ ନିଜ ସରକାରଙ୍କ ବିରୋଧରେ ଯାଇ ଅନଶନରେ ବସିଥିଲେ । ଖାଲି ଏତିକି ନୁହେଁ ଏଥିପାଇଁ ତାଙ୍କୁ ଜେଲଜଣ୍ଡା ଦେଶ ବି ହୋଇଥିଲା । ହେଲେ ବଡ ଦୁଃଖର କଥା କି ବିଧାୟକ ହୋଇବି ସେ ବସରେ ଟିକେଟ କରି ଯାତ୍ରା କରୁଥିଲେ ।

ତୋମର କୁହନ୍ତି କି, ତାଙ୍କ ପାଖରେ ପୈତୃକ ସଂପତି କହିଲେ ରହିଛି ୧୪୦ ଏକର ଜମି ହେଲେ ବିଧାୟକ ଥିବା ସମୟରେ ସେ ଗୋଟିଏ ଇଂଚ ବି ଜମି କିଣି ନଥିଲେ ।