ହଠାତ୍ ଜେଲରେ ଧାଁ ଦୌଡ଼ ହେଇଥିଲା  । ସୁଯୋଗ ନେଇ ଖସି ପଳେଇଲେ ୪୦୦୦ କଏଦୀ ।  ସରକାର ଚିନ୍ତାରେ

215

ଉତ୍ତର ଆମେରିକାର ଦେଶ ହାଇତିରେ ହିଂସାକାଣ୍ଡ ଘଟିଛି। ହାଇତିରେ ତାଜା ହିଂସା କ୍ରମରେ ଏକ ସଶସ୍ତ୍ର ଗ୍ୟାଙ୍ଗ ସଦସ୍ୟମାନେ ଶନିବାର ରାତିରେ ହାଇତିର ମୁଖ୍ୟ କାରାଗାରକୁ କବଜା କରି ନେଇଥିଲେ ।  ଏହା ପରେ ହଜାର ହଜାର କଏଦୀ ଏହାର ସୁଯୋଗ ନେଇ ମୁଖ୍ୟ କାରାଗାରରୁ ଖସି ପଳାଇ ଯାଇଥିଲେ ।

ହାଇତି: ଉତ୍ତର ଆମେରିକାର ଦେଶ ହାଇତିରେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟିଛି । ହାଇତିରେ ତାଜା ହିଂସା କ୍ରମରେ ଏକ ସଶସ୍ତ୍ର ଗ୍ୟାଙ୍ଗ ସଦସ୍ୟମାନେ ଶନିବାର ରାତିରେ ହାଇତିର ମୁଖ୍ୟ କାରାଗାରକୁ କବଜା କରି ନେଇଥିଲେ । ଏହା ପରେ ସେଠାରେ ଧାଁ ଦୌଡ଼ ଆରମ୍ଭ ହେଇଯାଇଥିଲା । ହଜାର ହଜାର କଏଦୀ ଏହାର ସୁଯୋଗ ନେଇ ମୁଖ୍ୟ କାରାଗାରରୁ ଖସି ପଳାଇ ଯାଇଥିଲେ । କୁହାଯାଇଥିଲା ଯେ ଆକ୍ରମଣ ପରେ ଏପରି ଧାନ ଦଉଡ  ହୋଇଥିଲା ଯେ ପ୍ରାୟ ୪୦୦୦ କଏଦୀ ଜେଲରୁ ପଳାଇ ଯାଇଥିଲେ । ଏହାକୁ ନେଇ ସେବେଠାରୁ ସରକାର ଚିନ୍ତାରେ ଅଛନ୍ତି ।

ମାନବାଧିକାର ଆଇନଜୀବୀ ଆର୍ନେଲ ରେମିଙ୍କ ଅନୁଯାୟୀ, ପୋର୍ଟ-ଅ-ପ୍ରିନ୍ସ ରାଜଧାନୀରେ ବିଭିନ୍ନ ଗ୍ୟାଙ୍ଗ ମଧ୍ୟରେ ସମନ୍ୱିତ ଆକ୍ରମଣ ପରେ ଅନ୍ତତଃ ପକ୍ଷେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା । ଯେଉଁଥିରେ ଜାତୀୟ ଦଣ୍ଡବିଧାନ କାରାଗାର ଉପରେ ଆକ୍ରମଣ ମଧ୍ୟ ହୋଇଥିଲା ଯେଉଁଠାରେ  ବର୍ତ୍ତମାନ ମାତ୍ର ୧୦୦ ରୁ କମ୍ କଏଦୀ ସେମାନଙ୍କ ଦଣ୍ଡାଦେଶ ଭୋଗ କରୁଛନ୍ତି । ଅବଶିଷ୍ଟ ସମସ୍ତ ବନ୍ଦୀମାନେ ଜେଲରୁ ପଳାଇ ଯାଇଥିଲେ। ସେମାନଙ୍କର ସଂଖ୍ୟା ପ୍ରାୟ ୪ ହଜାର ହେବ । ହିଂସା ପରେ ରାସ୍ତାର ନିୟନ୍ତ୍ରଣକୁ ଫେରାଇ ଆଣିବା ପାଇଁ ହାଇତି ସରକାର ରବିବାର ବିଳମ୍ବିତ ରାତିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏହି ହିଂସା ସମୟରେ ସଶସ୍ତ୍ର ଗ୍ୟାଙ୍ଗର ସଦସ୍ୟମାନେ ଦେଶର ଦୁଇଟି ବଡ଼ ଜେଲ ଉପରେ ଆକ୍ରମଣ କରିଥିଲେ । ତୁରନ୍ତ ପ୍ରଭାବ ସହିତ ଦେଶରେ ୭୨ ଘଣ୍ଟିଆ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ଜେଲରୁ ପଳାଇ ଆସିଥିବା ହତ୍ୟାକାରୀ, ଅପହରଣକାରୀ ତଥା ଅନ୍ୟ ହିଂସାତ୍ମକ ଅପରାଧୀଙ୍କୁ ଟ୍ରାକ କରିବା ପାଇଁ ଏହା କାର୍ଯ୍ୟକାରୀ କରାଯାଇଛି ବୋଲି ସରକାର କହିଛନ୍ତି ।

କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ଅର୍ଥମନ୍ତ୍ରୀ ପାଟ୍ରିକ୍ ବାୟୋଭର୍ଟ ଏକ ବିବୃତ୍ତିରେ କହିଛନ୍ତି ଯେ କର୍ଫ୍ୟୁ ଲାଗୁ କରିବା ଏବଂ ସମସ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ପୋଲିସକୁ ସମସ୍ତ ଆଇନଗତ ଉପାୟ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆରିଏଲ ହେନେରୀ ଗତ ସପ୍ତାହରେ ବିଦେଶ ଗସ୍ତରେ ଯାଇ ସୁରକ୍ଷା ବଳର ନିୟୋଜନକୁ ଅଧିକ ଶକ୍ତିଶାଳୀ କରିବା ୟୁଏନରେ ସମର୍ଥନ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି ।

ସପ୍ତାହକ ମଧ୍ୟରେ ହାଇତିର  ପୋର୍ଟ ଅଫ  ପ୍ରିନ୍ସରେ ସରକାରୀ ଅନୁଷ୍ଠାନ ଉପରେ ଗ୍ୟାଙ୍ଗ ଦ୍ୱାରା ଆକ୍ରମଣ ବୃଦ୍ଧି ପାଇ ଚାରିଜଣ ପୋଲିସ କର୍ମଚାରୀଙ୍କ ସମେତ ଅତି କମରେ ନଅ ଜଣଙ୍କର ମୃତ୍ୟୁ ଘଟିଛି ।  ନ୍ୟୁୟର୍କ ପୋଷ୍ଟର ଖବର ଅନୁଯାୟୀ, ଏହି ହିଂସାର ସୁଯୋଗ ନେଇ ଧାଁ ଦୌଡ଼ ସମୟରେ ୪୦୦୦ କଏଦୀ ଜେଲରୁ ଖସି ପଳାଇଥିଲେ । ବର୍ତ୍ତମାନ ଏହି ଜେଲଟି ସମ୍ପୂର୍ଣ୍ଣ ନିଛାଟିଆ, ଯେଉଁଠାରେ କେବଳ ଚପଲ, ଜୋତା ଏବଂ ବନ୍ଦୀମାନଙ୍କ ପୋଷାକ ଇଆଡେ ସିଆଡେ ବିଛାଡି ହେଇ ପଡିଛି ।