କନକ ବ୍ୟୁରୋ : ସୁପ୍ରମିକୋର୍ଟର ୪ ଜଣ ବିଚାରପତିଙ୍କୁ କରୋନା । ବିଚାରପତିଙ୍କ ସମେତ କିଛି କର୍ମଚାରୀ ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଛନ୍ତି । ପ୍ରଧାନ ବିଚାରପତିଙ୍କ ସମେତ ୩୨ ଜଣଙ୍କ ଜଜଙ୍କ ମଧ୍ୟରୁ ୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସୁପ୍ରିମକୋର୍ଟରେ ପଜିଟିଭିଟି ରେଟ୍ ଦୁଇ ଦିନ ହେବ ୫ ପ୍ରତିଶତ ଉପରେ ରହୁଥିବା ବେଳେ ଏବେ ଏହା ୧୨ ଦଶମିକ ୫ ପ୍ରତିଶତ ରହିଛି । ସୁପ୍ରିମକୋର୍ଟର ୧୫୦ରୁ ଅଧିକ କର୍ମଚାରୀ ସଂଗରୋଧରେ ରହିଛନ୍ତି । ଆସନ୍ତାକାଲିଠାରୁ ସମସ୍ତ କେସ୍ର ଶୁଣାଣି ଭର୍ଚୁଆଲ ମୋଡ୍ ତଥା ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିବା ପାଇଁ ନିଷ୍ପତି ପୂର୍ବରୁ ନିଆଯାଇସାରିଛି । କେବଳ ନୂଆ କେସ୍, ବେଲ ସମ୍ବନ୍ଧୀୟ କେସ୍ ଓ ଗୁରୁତ୍ୱପୂର୍ଣ୍ଣ କେସର ଶୁଣାଣି ଚାଲୁ ରହିବ । ଗତବର୍ଷ କରୋନାର ଦ୍ୱିତୀୟ ଲହରରେ ବି ସୁପ୍ରିମକୋର୍ଟର ୪ ଜଣ ବିଚାରପତି ପଜିଟିଭ୍ ହୋଇଥିଲେ ।
ଦିଲ୍ଲୀର ସଂସଦ ଭବନରେ କରୋନା ବିସ୍ଫୋଟ ହୋଇଛି । ସଂସଦ ଭବନର ୪ ଶହରୁ ଅଧିକ କର୍ମଚାରୀ କରୋନା ପଜିଟିଭ ହୋଇଛନ୍ତି । ୬ ଓ ୭ ତାରିଖରେ ସଂସଦରେ କାମ କରୁଥିବା କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ କରୋନା ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୪ ଶହ କୋଭିଡ ପଜିଟିଭ ହୋଇଛନ୍ତି । ଏହାପରେ ଦିଲ୍ଲୀକୁ ଆଲର୍ଟ କରାଯାଇଛି । ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୦ ହଜାର ପାର ହୋଇଛି । ଗତକାଲି ୨୦ ହଜାର ୧୮୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମହାନଗରରେ ପଜିଟିଭ ରେଟ୍ ୧୯.୬ ରହିଛି ।