କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ଲଗାତାର ୬ ଦିନ ଧରି ଅଧିକ ରହିଛି। ଗତ ଶନିବାରଠାରୁ ଦେଶରେ ସଂକ୍ରମିତଙ୍କ ତୁଳନାରେ ଅଧିକ ଆରୋଗ୍ୟ ଲାଭ କରୁଛନ୍ତି। ଏହାଦ୍ବାରା ଚଳିତ ସପ୍ତାହରେ ସକ୍ରିୟ ମାମଲା ସବୁଠୁ କମ୍ ରହିଛି। ଏବେ ଏହା ୧୦ ଲକ୍ଷରୁ କମ୍। ଚଳିତ ସପ୍ତାହରେ ଅଧିକାଂଶ ରାଜ୍ୟରେ ସକ୍ରିୟ ମାମଲା ଏବଂ ମୃତ୍ୟୁସଂଖ୍ୟା କମ୍ ରହିଛି। ତେବେ ଓଡ଼ିଶା ସମେତ ୭ଟି ରାଜ୍ୟ ଚିନ୍ତା ବଢ଼ାଇଛନ୍ତି। ଗତକିଛି ଦିନ ଧରି ଏହି ସବୁ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି।
ଦେଶରେ ସଂକ୍ରମଣ ମାମଲା ଆଜି ୫୭ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୬ ହଜାର ୫୦୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୨୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍ ସଂକ୍ରମଣ ମାମଲା ୫୭ ଲକ୍ଷ ୩୨ ହଜାର ୫୧୮ରେ ପହଞ୍ଚିଛି ଏବଂ ୯୧ ହଜାର ୧୪୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।