ବୁର୍ଲା ମେଡିକାଲରେ ଆଉ ୪ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ : ଗତକାଲି ଚିହ୍ନଟ ହୋଇଥିଲେ ୬ ଜଣ, ଏଯାଏଁ ହସ୍ପିଟାଲରେ ୧୨ ଜଣଙ୍କ ଠାରେ ଚିହ୍ନଟ ହେଲାଣି ଭୂତାଣୁ 

219

କନକ ବ୍ୟୁରୋ : ପୁଣି ବୁର୍ଲା ମେଡ଼ିକାଲରୁ କରୋନା ପଜିଟିଭ ଚିହ୍ନଟ । ଆଜି ଆଉ ୪ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଆସିଛନ୍ତି । ଗତକାଲି ୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାକୁ ମିଶାଇ ବୁର୍ଲା ମେଡିକାଲରେ ମୋଟ ୧୨ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ସେପଟେ ଆକ୍ରାନ୍ତ ଚିହ୍ନଟ ପରେ ୫୦ ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀ ସଂଗରୋଧରେ ରହିଛନ୍ତି । ସେପଟେ ସଂକ୍ରମଣ ବଢୁଥିବାରୁ ଭିମସାର ଓପିଡି ବନ୍ଦ ରହିଛି । କେବଳ ଜରୁରୀ ସ୍ୱାସ୍ଥ୍ୟ ସେବା ଜାରି ରହିଛି ।

ସମ୍ବଲପୁର ଜିଲ୍ଲାରେ ଆଉ ୧୦ ଜଣ ଆକ୍ରାନ୍ତଙ୍କ ସଂପର୍କରେ ବୁଧବାର ସରକାରୀ ଭାବେ ଘୋଷଣା କରାଯାଇଥିଲା। ମଙ୍ଗଳବାର ସୁଦ୍ଧା ଭିମସାର୍‌ରେ ୭ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ସୂଚନା ରହିଥିଲେ ବି ବୁଧବାର ସୁଦ୍ଧା ୪ ଜଣଙ୍କ ସଂପର୍କରେ ସରକାରୀ ଭାବେ ଘୋଷଣା କରାଯାଇଥିଲା। ମଙ୍ଗଳବାର ଜଣେ ଯୁବ ଡାକ୍ତରଙ୍କ ସଂପର୍କରେ କୁହାଯାଇଥିଲା ବେଳେ ବୁଧବାର ୨ ଜଣ ନର୍ସ ଓ ଜଣେ ଡାକ୍ତରଙ୍କ ବିଷୟରେ ଘୋଷଣା କରାଯାଇଛି।