ବଢୁଛି ଆକ୍ରୋଶ! ଇରାକର ଅଲବାଲାଦରେ ଥିବା ଆମେରିକା ସେନା ଶିବିର ଉପରେ ରକେଟ୍ ମାଡ଼, ୪ ଇରାକୀ ସୈନ୍ୟ ଆହତ ହୋଇଥିବା ସୂଚନା ।

285

କନକ ବ୍ୟୁରୋ: ଆମେରିକା ସେନା ଶିବିର ଉପରେ ରକେଟ୍ ମାଡ଼ । ଇରାକରେ ଆମେରିକା ସେନା ଶିବିର ଉପରେ ରକେଟ୍ ମାଡ଼ ହୋଇଥିବା ସୂତ୍ରରୁ ଜଣାପଡ଼ିଛି । ଇରାକର ଅଲବାଲାଦ ଆମେରିକା ଏୟାରବେସ୍ ଉପରେ ୪ଟି ରକେଟ୍ ମାଡ଼ ହୋଇଛି , ଆଉ ସେଠାରେ ରହିଛି ଆମେରିକା ସେନା ଶିବିର । ତେବେ ରକେଟ୍ ମାଡ଼ରେ ୪ ଇରାକୀ ସୈନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ଇରାକରେ ଥିବା ଆମେରିକା ସେନା ଶିବିର ଉପରକୁ ୪ଟି ରକେଟ୍ ମାଡ଼ । ଆକ୍ରମଣ ପୂର୍ବରୁ ହିଁ ଆମେରିକା ସୈନ୍ୟ ଶିବିର ଛାଡ଼ିଦେଇଥିବା ସୂଚନା । ରକେଟ୍ ଓ ମୋର୍ଟାର ମାଡ଼ରେ ୪ ଇରାକୀ ସୈନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ଗତ ୮ ତାରିଖରେ ଇରାନ ଆକ୍ରମଣକୁ ନେଇ ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଇରାନ ଉପରେ ନୂଆ ପ୍ରତିବନ୍ଧକ ଲଗାଯିବ, ଇରାନକୁ ପରମାଣୁ ରାଷ୍ଟ୍ର ହେବାକୁ ଦିଆଯିବନି ।

ଏପରିକି ଭବିଷ୍ୟତରେ ଯେଭଳି ଇରାନ ବଡ ହମଲା ନକରେ ତେଣୁ ପରମାଣୁ ରାଷ୍ଟ୍ରରୁ ତାଙ୍କୁ ବଞ୍ଚିତ କରାଯିବ । ସମ୍ବୋଧନ ବେଳେ ସଂଯମତା ରକ୍ଷା କରି ଏଭଳି କହିଥିଲେ ଟ୍ରମ୍ପ । ମାତ୍ର ଆଜି ପୁଣି ଇରାକର ଆମେରିକା ସେନା ଶିବିର ଉପରେ ଆକ୍ରମଣ କେଉଁ ଭୟଙ୍କର ମୋଡ଼ ନେବ ତାହା କଳ୍ପନା ମଧ୍ୟ କରିବା ସାଧାରଣରେ ମୁସକିଲ ।