କନକ ବ୍ୟୁରୋ: ଗଞ୍ଜାମ ଗୋଳନ୍ଥରା ପୋଲିସକୁ ବଡ଼ ସଫଳତା । ଦୁଇଟି ହରିଣ ସିଂଘ ଦୁଇଟି ବନ୍ଧୁକ ୧୨୫ଟି ଗୁଳି ସହ ୪ଜଣ ଶିକାରୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ଭଲିଆ ମଲ୍ଲିକ, ବୃନ୍ଦାବନ ମଲ୍ଲିକ, ଶଙ୍କର ପ୍ରଧାନ ଓ ପୂର୍ଣ୍ଣ ଗୌଡ । ଅଭିଯୁକ୍ତ ମାନଙ୍କ ନାଁରେ ପୂର୍ବରୁ ବହୁ ମାମଲା ରହିଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି । ଗିରଫ ନେଇ ବ୍ରହ୍ମପୁର ଏସପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ମାଲକାନଗିରି ବନ ବିଭାଗକୁ ସଫଳତା । ୧୮ଟି ବାଘ ନଖ, ୬ଟି ବାଘ ଦାନ୍ତ ଜବତ । ୫୦୦ମିଲିଗ୍ରାମ ବାଘ ତେଲ ସହ ଜଣେ ଅଭିଯୁକ୍ତକୁ ମଧ୍ୟ ମାଥିଲି ରେଂଜ ପକ୍ଷରୁ ଗିରଫ କରାଯାଇଛି । ଅଭିଯୁକ୍ତ ରବି ଶବରକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅଧିକ ତଦନ୍ତ ପାଇଁ ଜବତ ବାଘର ନଖ ଓ ଦାନ୍ତକୁ ଫରେନସିକ ଲ୍ୟାବକୁ ପଠାଇଛି ବନ ବିଭାଗ ।