ସାମ୍ନାକୁ ଆସିଲା ଜଙ୍ଗଲ ନିଆଁର ୪ ଚିତ୍ର । ଏପଟେ ଶିମିଳିପାଳରେ ଜଳୁଛି ନିଆଁ, ସେପଟେ ନିୟନ୍ତ୍ରଣ ପାଇଁ ବନ କର୍ମଚାରୀଙ୍କ ପ୍ରୟାସ ।

Advertisment
ସାମ୍ନାକୁ ଆସିଲା ଜଙ୍ଗଲ ନିଆଁର ୪ ଚିତ୍ର । ଏପଟେ ଶିମିଳିପାଳରେ ଜଳୁଛି ନିଆଁ, ସେପଟେ ନିୟନ୍ତ୍ରଣ ପାଇଁ ବନ କର୍ମଚାରୀଙ୍କ ପ୍ରୟାସ ।

କନକ ବ୍ୟୁରୋ: ଗତ କିଛିଦିନ ହେଲା ସାରାରାଜ୍ୟକୁ ପ୍ରଭାବିତ କରି ରଖିଥିବା ଏକ ବଡ ଖବରରୁ । କିଛି ଚିତ୍ର ଆପଣଙ୍କ ଆଗରେ ଉପସ୍ଥାପନ କରୁଛୁ, ଯାହାକୁ ଦେଖିଲେ ଆପଣ ବୁଝିପାରିବେ ଜଙ୍ଗଲ ନିଆଁ କେମିତି ଆମକୁ, ସରକାରଙ୍କୁ, ଜୀବଜନ୍ତୁଙ୍କୁ ପ୍ରଭାବିତ କରିଛି । ଶୁଖିଲା ପତ୍ର, ଛୋଟ ଗଛ ସବୁକୁ ଗିଳି ନିଆଁ କେମିତି ମାଇଲ ମାଇଲ ବାଟ ପର୍ଯ୍ୟନ୍ତ ବ୍ୟାପି ଯାଉଛି । ନିଆଁ ଆଉ ଧୁଆଁ ଯଦିଓ ବଡବଡ ଗଛର ବିଶେଷ କ୍ଷତି କରୁନାହିଁ କିନ୍ତୁ ଶିମିଳିପାଳର ଜୈବ ବିବିଧତା ଯେ, ସାଂଘାତିକ ଭାବରେ ପ୍ରଭାବିତ ହେଉଛି ଏକଥା ଗତ ଗୋଟିଏ ସପ୍ତାହ ଧରି ଆମେ ଲଗାତର ଭାବରେ କହିଆସୁଛୁ ।...

ଏହାରି ଭିତରେ ସରକାରଙ୍କ କାନରେ ପଡିଛି ଆମ କଥା । ନିଆଁର ଆଁ ଭିତରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଅଂଟା ଭିଡି ପ୍ରୟାସ ଆରମ୍ଭ କରିଛନ୍ତି ସରକାର । ଯାହାକୁ ନେଇ ଏବେ ନିଆଁ ଲିଭା କାର୍ଯ୍ୟର ଚିତ୍ର ଦେଖିବାକୁ ମିଳୁଛି । ବନ କର୍ମଚାରୀଙ୍କ ସହ ସ୍ୱତନ୍ତ୍ର ଟାସ୍କଫୋର୍ସ ଯୁଦ୍ଧକାଳୀନ ଭିତିରେ ନିଆଁ ଲିଭା କାମରେ ଲାଗିପଡିଛନ୍ତି । ଜଙ୍ଗଲୀ ନଈର ପାଣିରେ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ପ୍ରୟାସ ଚଳାଇଛନ୍ତି । ନିଆଁ ଯେ, ମନକୁ ଲାଗୁଛି ସେକଥା ନୁହେଁ ଅନେକ ଜାଗାରେ ଶିକାରୀ ଓ ଅନ୍ୟାନ୍ୟ ଲୋକ ଜାଣିଶୁଣି ନିଆଁ ଲଗାଇଛନ୍ତି । ଏମାନଙ୍କୁ ରୋକିବା ପାଇଁ ସରକାରଙ୍କ ତରଫରୁ ବି ଜାରି ରହିଛି ବଡ ଉଦ୍ୟମ ।

ଏପରିକି ସାଧାରଣ ଲୋକଙ୍କୁ ନିଆଁ ନଲଗାଇବା ପାଇଁ କରାଯାଉଛି ସଚେତନ । ନିଆଁ ଲଗାଇବା ଲୋକ ଦଣ୍ଡିତ ହେବ, ତା ସଂପର୍କରେ ସୂଚନା ଦେଉଥିବା ଲୋକ ପୁରସ୍କୃତ ହେବ । ତା ସହ ଜଙ୍ଗଲ ନିଆଁ ଆମର କେତେବଡ କ୍ଷତି ଘଟାଉଛି ସେ ସଂପର୍କରେ ବି ଲୋକଙ୍କୁ ବୁଝା ଯାଉଛି । ବଡ଼କଥା ହେଲା, ଆମ ଜୈବ ବଳୟ ଏହି ନିଆଁ ଦ୍ୱାରା କେତେ ପ୍ରଭାବିତ ହୋଇଛି । ଘଂଚ ବନାନୀର ଜୀବ କେମିତି ତତଲା ନିଆଁର ଦାଉ ସହିନପାରି ପ୍ରାଣ ବିକଳରେ ଜନବସତି ମୁହାଁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe