ପୁଣି ଅକ୍ସିଜେନ ଅଭାବରୁ ଗଲା ଜୀବନ । ଜମ୍ମୁର ବାତ୍ରା ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୪ ଜଣଙ୍କ ମୃତ୍ୟୁ

158

କନକ ବ୍ୟୁରୋ : ଜମ୍ମୁର କୁହାଯାଉଥିବା ବଡ ହସ୍ପିଟାଲ ମଧ୍ୟରୁ ବାତ୍ରା ହସ୍ପିଟାଲ ଅନ୍ୟତମ । ହେଲେ ଏତେବଡ ହସ୍ପିଟାଲରେ ବି ଅକ୍ସିଜେନର ଅଭାବ । ଅକ୍ସିଜେନର ଅଭାବ ଫଳରେ ଆଜି ବାତ୍ରା ହସ୍ପିଟାଲରେ ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି କି ଅକ୍ସିଜେନ ଯୋଗାଣ ଅଭାବରୁ ଏଭଳି ଅଘଟଣ ଘଟିଛି । ହେଲେ ମେଡିକାଲ ତରଫରୁ ଦାବି କରାଯାଇଛି କି ଅକ୍ସିଜେନ ଯୋଗାଣ ଏବେ ସ୍ୱଭାବିକ ରହିଛି । କହିରଖୁ କି ଏହି ହସ୍ପିଟାଲରେ କରୋନା ରୋଗୀଙ୍କ ବ୍ୟତୀତ ଅନ୍ୟ ରୋଗରେ ପୀଡିତ ହୋଇ କିଛି ଲୋକ ବି ଚିକିତ୍ସିତ ହେଉଛନ୍ତି ।

ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି କି, ମେଡିକାଲରେ ଅକ୍ସିଜେନ ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଗଲା । ଫଳରେ ଅକ୍ସିଜେନ ମାଧ୍ୟମରେ ଶ୍ୱାସ ନେଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୪ ଜଣଙ୍କର ଜୀବନ ଚାଲିଗଲା । ଏଭଳି ଅଭିଯୋଗ କରି ମୃତକଙ୍କ ପରିବାର ଲୋକମାନେ ମେଡିକାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିଲେ   ।
ସେମାନଙ୍କ ଆଖିରେ ନିଜର ଲୋକଙ୍କୁ ହରାଇବାର ଦୁଖ ସହ ମେଡିକାଲ ପ୍ରଶାସନ ଉପରେ ରାଗ ଖୁବ୍ ବାରି ହୋଇପଡୁଥିଲା । ସେମାନେ ଆହୁରି ଅଭିଯୋଗ କରିଥିଲେ କି ଦୀର୍ଘ ସମୟ ଧରି ଅକ୍ସିଜେନ ଯୋଗାଣ ବନ୍ଦ ରହିଥିଲା । ଏନେଇ ସେମାନେ ମେଡିକାଲ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ବି ସେମାନେ କିଛି ପଦକ୍ଷେପ ନେଇ ନଥିଲେ । ହେଲେ ୪ ଜଣଙ୍କର ମୃତ୍ୟୁ ପରେ ସେମାନଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଛି ବୋଲି ସେମାନେ ସଫେଇ ଦେଇଥିଲେ । ମୃତକ ପରିଜନ ମାନଙ୍କରେ ହୋ ହାଲ୍ଲାପରେ ପୋଲିସ ପ୍ରଶାସନ ସେଠାରେ ପହଂଚିଥିଲା । ଏହାପରେ ମେଡିକାଲ ପ୍ରଶାସନ ମାନିଥିଲା କି କିଛି ସମୟ ଅକ୍ସିଜେନ ଯୋଗାଣ ବନ୍ଦ ହୋଇଯାଇଥିଲା ।

କହିରଖୁ କି ବାତ୍ରା ହସ୍ପିଟାଲ ଜମ୍ମୁର ବଡ ହସ୍ପିଟାଲ ମାନଙ୍କ ମଧ୍ୟରୁ ଅନ୍ୟତମ । ଯେଉଁଠାରେ କି ଏବେ କରୋନା ରୋଗୀଙ୍କ ଚିକିତ୍ସା ହେଉଛି । ଏହାସହ ଏଠାରେ ବି ଅନ୍ୟ ରୋଗୀ ମାନଙ୍କର ଚିକିତ୍ସା ଚାଲିଛି ।