କନକ ବ୍ୟୁରୋ: କର୍ଣ୍ଣାଟକର ବେଲ୍ଲାରୀରେ ରାହୁଲ ଗାନ୍ଧୀଙ୍କର ‘ଭାରତ ଯୋଡୋ ଯାତ୍ରା’ ଚାଲିଥିବାବେଳେ ଅଘଟଣ ଘଟିଛି । ଏହି ଯାତ୍ରାରେ ସାମିଲ ହୋଇଥିବା ୪ ଜଣ କର୍ମୀଙ୍କୁ ବିଦ୍ୟୁତ ଆଘାତ ଲାଗିଥିବାରୁ ସେମାନଙ୍କୁ ସଂଜ୍ଞାହୀନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ରାହୁଲ ଗାନ୍ଧୀଙ୍କ ପଦଯାତ୍ରାରେ ସାମିଲ କର୍ମୀମାନେ ଦଳୀୟ ପତାକାରେ ଲାଗିଥିବା ଲୁହା ଛଡକୁ ଧରିଥିଲେ । ତେଣୁ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ବିଦ୍ୟୁତ୍ କରେଣ୍ଟ ଲାଗିିଥିଲା । ଫଳରେ ସେମାନେ ସଂଜ୍ଞାହୀନ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ଚିକିତ୍ସା ଚାଲିଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/5-22.jpg)