କନକ ବ୍ୟୁରୋ: ନିକଟରେ ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ଘଟିଥିବା ବହୁ ଚର୍ଚ୍ଚିତ ଅଞ୍ଜନ ବେହେରା ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ସଫଳତା । ଆଉ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । କଟକର ଏକ ଲଜରେ ଲୁଚିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ପୂର୍ବରୁ ଦୁଇ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ନିହାରିକାକୁ ଗିରଫ କରାଯାଇଥିଲା । ତ୍ରିକୋଣିୟ ପ୍ରେମକୁ ନେଇ ମାର୍ଚ୍ଚ ୧୫ ତାରିଖ ବିଳମ୍ବିତ ରାତିରେ ଅଞ୍ଜନଙ୍କୁ ହତ୍ୟା କରାଯାଇଥିଲା ।