ଦୁବାଇରେ ଖଲ୍ଲିକୋଟ ଅଂଚଳର ୪୮ ଓଡିଆ ଶ୍ରମିକ ଫସିରହିବା ଘଟଣା : ଆଜି ଓଡିଶା ଫେରୁଛନ୍ତି ୫ଜଣ ଶ୍ରମିକ

111

କନକ ବ୍ୟୁରୋ : ଦୁବାଇରେ ଫସିଥିବା ୪୦ ଓଡିଆ ଶ୍ରମିକଙ୍କ ମଧ୍ୟରୁ ଆଜି ଓଡିଶା ଫେରୁଛନ୍ତି ୫ ଜଣ ଶ୍ରମିକ । ଏହି ୫ ଜଣ ଶ୍ରମିକଙ୍କ ପରିବାର ଲୋକ , ସେମାନଙ୍କ ଫେରିବା ନେଇ ଟିକଟ୍ ବ୍ୟବସ୍ଥା କରିବା ପରେ ଆଜି ଏମାନେ ଓଡିଶା ଫେରୁଛନ୍ତି । ତେବେ ସବୁଠାରୁ ଚିନ୍ତାର କଥା ବାକି ୩୫ ଶ୍ରମିକ ଏବେ ବି ଦୁବାଇରେ ଫସି ରହିଛନ୍ତି । ସେମାନଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେ ଭଲ ନୁହଁ । ତେଣୁ ସେମାନେ ଏବେ କିପରି ଘରକୁ ଫେରିବେ ତାକୁ ନେଇ ଚିନ୍ତା ଦେଖାଦେଇଛି । ଦୁବାଇରେ ଫସି ରହିଥିବା ୪୦ ଜଣ ଓଡିଆ ଶ୍ରମିକଙ୍କୁ ସହାୟତାର ହାତ ବଢାଇଛି ଦୁବାଇ ଓଡିଆ ସମାଜ । ଗଞ୍ଜାମ ଖଲ୍ଲିକୋଟ ଅଂଚଳର ଶ୍ରମିକମାନଙ୍କୁ କାମ ନଦେଇ ନିର୍ଯାତନା ଦେଉଛି ଠିକାଦାର ।

ସୂଚନାଯୋଗ୍ୟ, ଗଞ୍ଜାମ ଖଲ୍ଲିକୋଟ ଅଚଂଳର ଏହି ଶ୍ରମିକମାନେ ୩ ମାସ ପୂର୍ବେ ଜଣେ ଏଜେଂଟ ଦ୍ୱାରା ପ୍ରଲୋଭିତ ହୋଇ ଦୁବାଇ ଯାଇଥିଲେ ସେଠାରେ ଶ୍ରମିକଙ୍କୁ ଠିକ ଭାବେ ଖାଇବାକୁ ଦିଆଯାଇନଥିଲା କି ଦରମା ଦିଆଯାଇନଥିଲା । ଏପରିକି ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଦୀର୍ଘ ୩ ମାସ ଧରି ସେମାନଙ୍କୁ ପାରଶ୍ରମିକ ମିଳିନାହିଁ । ୟୁଏଇରେ ଥିବା ଭାରତୀୟ କନସ୍ୟୁଲେଟର ଯୋଗାଯୋଗ କରାଯାଇଛି । ସେମାନଙ୍କୁ ଶୀଘ୍ର ଓଡିଶା ପଠାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।