ସୁପ୍ରିମକୋର୍ଟ : ଶପଥ ନେଲେ ୪ ନୂଆ ବିଚାରପତି, ୧୧ବର୍ଷ ପରେ ପୁରା ହେଲା ବିଚାରପତିଙ୍କ ନିର୍ଦ୍ଧାରିତ ସଂଖ୍ୟା

Advertisment
ସୁପ୍ରିମକୋର୍ଟ : ଶପଥ ନେଲେ ୪ ନୂଆ ବିଚାରପତି, ୧୧ବର୍ଷ ପରେ ପୁରା ହେଲା ବିଚାରପତିଙ୍କ ନିର୍ଦ୍ଧାରିତ ସଂଖ୍ୟା

source : Dainik Bhaskar

କନକ ବ୍ୟୁରୋ : ଶୁକ୍ରବାର ଦିନ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଉପସ୍ଥିତିରେ ସୁପ୍ରିମକୋର୍ଟର ୪ ବିଚାରପତି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଏବେ ଶୀର୍ଷ ଅଦାଲତରେ ବିଚାରପତିଙ୍କ ନିର୍ଦ୍ଧାରିତ ସଂଖ୍ୟା (୩୧) ପୁରା ହୋଇଯାଇଛି । ନୂଆ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ଏଏସ ବୋପନ୍ନା, ଜଷ୍ଟିସ ବିଆର ଗବଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ସାମିଲ ଅଛନ୍ତି । କଲୋଜିୟମ ଗତ ଦିନରେ ଏମାନଙ୍କ ନାଁ ସୁପାରିଶ କେନ୍ଦ୍ର ପଠାଇଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ବିଚାରପତିଙ୍କ ନିଯୁକ୍ତି ପାଇଁ ଆଦେଶ ଜାରି କରିଥିଲେ ।

ସରକାର ୨୦୦୮ରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୬ ବଢ଼ାଇ ୩୧ କରିଥିଲେ । ଏହାପରେ ଏହା ପ୍ରଥମ, ଯେବେକି ସୁପ୍ରିମକୋର୍ଟରେ ବିଚାରପତି ପଦ ଖାଲି ନାହିଁ । ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟ ୨୭ ବିଚାରପତିଙ୍କ ସହ କାମ କରୁଥିଲା । ଶପଥ ନେଇଥିବା ୪ ଜଣ ବିଚାରପତିଙ୍କ ମଧ୍ୟରୁ ୨ ଜଣ ବରିଷ୍ଠତା ଦୃଷ୍ଟିରୁ ଆଗାମୀ ଦିନରେ ପ୍ରଧାନ ବିଚାରପତି ହେବେ। ସେମାନେ ହେଲେ ଜଷ୍ଟିସ ବି. ଆର୍. ଗଭାଇ ଏବଂ ସୂର୍ଯ୍ୟକାନ୍ତ । ୨୦୨୫ ମସିହାରେ ପ୍ରାୟ ୬ ମାସ ପାଇଁ ଜଷ୍ଟିସ ଗଭାଇ ପ୍ରଧାନ ବିଚାରପତି ହେବେ। ଅବସରପ୍ରାପ୍ତ ପ୍ରଧାନ ବିଚାରପତି କେ. ଜି. ବାଲକ୍ରିଷ୍ଣନଙ୍କ ପରେ ତଫସିଲଭୁକ୍ତ ଜାତିର ଦ୍ବିତୀୟ ବ୍ୟକ୍ତି ଭାବେ ବିଚାରପତି ଗଭାଇ ଦ୍ବିତୀୟ ପ୍ରଧାନ ବିଚାରପତି ହେବାର ସୌଭାଗ୍ୟ ଲାଭ କରିବେ। ବିଚାରପତି ଗଭାଇଙ୍କ ପରେ ୨୦୨୫ ନଭେମ୍ବରରେ ବିଚାରପତି ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe