ରାଜ୍ୟରେ ୬୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,୧୭ ମୃତ : ସଙ୍ଗରୋଧରୁ ୩୭୧ ଓ ସ୍ଥାନୀୟ ଅଞ୍ଚଳରୁ ୨୭୩

318

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୪୪ କରୋନା ଆକ୍ରାନ୍ତ ଚିହ୍ନଟ । ଏଥି ସହିତ ୧୭ଜଣଙ୍କ ଜୀବନ ନେଇଛି କରୋନା । ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୫୨ରେ ପହଞ୍ଚିଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୭୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୭୩ ଜଣ ସ୍ଥାନୀୟ ସଂକ୍ରମିତ । ଏଣେ ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୯୯ ହଜାର ୧୫୯ ଜଣ । ଏବେ ବି ସକ୍ରୟ ଅଛନ୍ତି ୯ ହଜାର ୨୮୦ ଜଣ ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୧୪ ଜଣ, ଭଦ୍ରକରୁ ୨୯ ଜଣ, ବଲାଙ୍ଗୀରରୁ ୩୨ ଜଣ, ବୌଦ୍ଧରୁ ୩ ଜଣ, କଟକରୁ ୩୮ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୬ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୭ ଜଣ, ଜଗତ୍‌ସିଂହପୁରରୁ ୨୭ ଜଣ, ଯାଜପୁରରୁ ୧୭ ଜଣ, ଝାରସୁଗୁଡ଼ାରୁ ୨୬ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି କଳାହାଣ୍ଡିରୁ ୧୫ ଜଣ, କନ୍ଧମାଳରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୨୯ ଜଣ, କେନ୍ଦୁଝରରୁ ୩୭ ଜଣ, ଖୋର୍ଦ୍ଧାରୁ ୭୩ ଜଣ, କୋରାପୁଟରୁ ଜଣେ, ମାଲକାନଗିରିରୁ ୧୬ ଜଣ, ମୟୂରଭଞ୍ଜରୁ ୫୯ ଜଣ, ନବରଙ୍ଗପୁରରୁ ୧୫ ଜଣ, ନୟାଗଡ଼ରୁ ୯ ଜଣ, ନୂଆପଡ଼ାରୁ ୯ ଜଣ, ପୁରୀରୁ ୩୪ ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୫ ଜଣ, ସୋନପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୬୨ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।