ରାଜ୍ୟରେ ୭୪୯ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬ ମୃତ : ସଙ୍ଗରୋଧରୁ ୪୩୭ ଓ ସ୍ଥାନୀୟ ଅଞ୍ଚଳରୁ ୩୧୨

Advertisment
ରାଜ୍ୟ ପାଇଁ ଭଲ ଖବର : କମୁଛି କରୋନା ଦୈନିକ ସଂକ୍ରମଣ ସଂଖ୍ୟା; ୨୪ଘଂଟାରେ ମାତ୍ର ୩୭୮ ନୂଆ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟାରେ ୭୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୪୩୭ ଜଣ ଥିବା ବେଳେ ସ୍ଥାନୀୟ ଅଂଚଳର ୩୧୨ ଜଣ ଆକ୍ରାନ୍ତ ଅଛନ୍ତି । ତେବେ ସବୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ ରହିଛି ।  ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ ହଜାର ୪୦୮ରେ ପହଚିଂଛି । ସେହିପରି ୨୪ ଘଂଟାରେ ୧୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୩୮, ବରଗଡ଼ରୁ ୨୪, ଭଦ୍ରକରୁ ୧୫, ବଲାଙ୍ଗୀରରୁ ୨୪, କଟକରୁ ୩୭ ଦେବଗଡ଼ରୁ ୨, ଢେଙ୍କାନାଳରୁ ୩୧, ଗଜପତିରୁ ୫, ଗଞ୍ଜାମରୁ ୭, ଜଗତ୍‌ସିଂହପୁରରୁ ୪୮, ଯାଜପୁରରୁ ୧୮, ଝାରସୁଗୁଡ଼ାରୁ ୨୪, କଳାହାଣ୍ଡିରୁ ୧୪, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୩୦, କେନ୍ଦୁଝରରୁ ୪୧, ଖୋର୍ଦ୍ଧାରୁ ୮୮, କୋରାପୁଟରୁ ୩, ମାଲାକାନଗିରୁ ୧୦, ମୟୂରଭଞ୍ଜରୁ ୭୮, ନବରଙ୍ଗପୁରରୁ ୧୭, ନୟାଗଡ଼ରୁ ୬, ନୂଆପଡ଼ାରୁ ୧୪, ପୁରୀରୁ ୧୫, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨୮, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୫୫ ଓ ଷ୍ଟେଟ୍‌ପୁଲ୍‌ରୁ ୨୧ଚିହ୍ନଟ ‌ହୋଇଛନ୍ତି ।

ଏପଟେ ରାଜ୍ୟରୁ ଆଉ୧୬ ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଛି । ନୂତନ ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟ ୧୫୪୩ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଏବେ ୧୦,୫୬୩ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe