ମହାରାଷ୍ଟ୍ର ପୋଲିସକୁ ବଡ ସଫଳତା । ଗଡଚିରୋଲି ଜଙ୍ଗଲରେ ଏନକାଉଣ୍ଟର, ୪ ମାଓବାଦୀ ମୃତ

71

କନକ ବ୍ୟୁରୋ : ମାଓଦମନ ଅଭିଯାନରେ ମହାରାଷ୍ଟ୍ର ପୋଲିସକୁ ବଡ ସଫଳତା ମିଳିଛି । ମାହାରାଷ୍ଟ୍ର ପୋଲିସ ଗଡଚିରୋଲି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୪ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏନେଇ ଗଡଚିରୋଲି ଜିଲ୍ଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଅଧିକାରୀଙ୍କ ସୂଚନା ମୁତାବକ ମୁମ୍ବାଇରୁ ୯୨୦ କିଲୋମିଟର ଦୂର ଦୂର ଜିଲ୍ଲାର ଗ୍ୟାରହବତୀ ବାନଞ୍ଚଳର ଧନୋରା ଠାରେ ଶନିବାର ଦିନ ପୋଲିସ ମାଓ ଦମନ ଅଭିଯାନ ଚଳାଇଥିଲା । ଏହି ସମୟରେ ନକ୍ସଲ ଓ ପୋଲିସଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା ଏଥିରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା କଥା କୁହାଯାଇଛି ।

କହିରଖୁ କି ସାରା ଦେଶରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଓ ଦମନ ଅଭିଯାନ ଚାଲିଛି । ଏହି କ୍ରମରେ ଦେଶର ମାଓ ପ୍ରଭାବିତ ଅଞ୍ଚଳଗୁଡିକରେ ସ୍ଥାନୀୟ ପୋଲିସ, ସିଆରପିଏଫ ଓ ବିଏସଏଫ ଯବାନମାନଙ୍କୁ ମୁତୟନ କରାଯାଇଛି । ନକ୍ସଲମାନଙ୍କ କାର୍ଯ୍ୟାକଳାପକୁ ନଜର କରି ସେମାନଙ୍କୁ ଦମନ କରିବା ଓ ଆଦବାସୀମାନଙ୍କ ବିଶ୍ୱାସ ଭାଜନ ହେବାକୁ ସରକାର ଯବାନମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦେଉଛନ୍ତି ।

ବିଶେଷକରି ୨୦୧୪ ପରେ ଦେଶରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି । କୁଖ୍ୟାତ ମାଓନେତାମାନେ ଏବେ ଜେଲରେ ଥିବା ବେଳେ କ୍ୟାଡରମାନେ ଧିରେ ଧିରେ ମାଓ ଆଦର୍ଶରୁ ମୁହଁ ଫେରାଉଛନ୍ତି ।