ଭାରତରେ ଆଉ ୪ ଜଣ ବ୍ରିଟେନ ଷ୍ଟ୍ରେନ ପଜିଟିଭ । ଦେଶରେ ମୋଟ ୨୯ ଜଣ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ।

73

କନକ ବ୍ୟୁରୋ : ଭାରତରେ ଆଜି ଆଉ ୪ ଜଣ ବ୍ରିଟେନ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି । ଗତକାଲି ୨୫ ଜଣ କରୋନା ଭୁତାଣୁର ନୂଆ ରୁପରେ ଆକ୍ରାନ୍ତ ହୋଇଥିଲେ । ଆଜି ୪ ଜଣ ଆକ୍ରାନ୍ତ ହେବା ପରେ ଏହାକୁ ମିଶାଇ ଦେଶରେ ବ୍ରିଟେନ ଷ୍ଟ୍ରେନ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ଛୁଇଁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି ।

\କରେନାର ପୁରୁଣା ରୁପ ଠାରୁ ଏହି ନୂଆ ଷ୍ଟ୍ରେନ ୫୬ ପ୍ରତିଶତ ବେଗରେ ସଂକ୍ରମଣ କରୁଥିବାରୁ ସରକାରଙ୍କ ଚିନ୍ତା ବଢିଛି । ନୂଆ ଷ୍ଟ୍ରେନରେ ସଂକ୍ରମିତଙ୍କୁ ଅଲଗା କୋଠରୀରେ ସଙ୍ଗରୋଧରେ ରଖାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଂଟାକ୍ଟ ଟ୍ରେସିଂ କରାଯାଉଛି । ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କୁ ନିଜ ବିଷୟରେ ସମସ୍ତ ତଥ୍ୟ ଜଣାଇବାକୁ ସରକାରଙ୍କୁ ପକ୍ଷରୁ ନିର୍ଦ୍ଦେଶ ରହିଛି ।