କନକ ବ୍ୟୁରୋ : ଛତିଶଗଡ କରିପାରେ ଓଡିଶାରେ ବନ୍ୟା । ସୂଚନା ଅନୁସାରେ ଛତିଶଗଡର କଲମା ବ୍ୟାରେଜରୁ ପାଣି ଛଡାଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲାଯାଇଛି । କଲମା ବ୍ୟାରେଜରୁ ୫ ଲକ୍ଷ ୩୫ ହଜାର କ୍ୟୁସେକ ଜଳ ମହାନଦୀରେ ପ୍ରବାହିତ ହେଉଛି । ହୀରାକୁଦ ଡ୍ୟାମରେ ଏହି ପାଣି ପଂହଚିବା ପାଇଁ ଆହୁରି ୫ରୁ ୭ ଘଂଟା ଲାଗିବ । ଏହାଫଳରେ ବନ୍ୟା ହୋଇପାରେ । ପାଣି ଆସିବା ଫଳରେ ଗର୍ଜୁଛି ମହାନଦୀ ।

Advertisment

ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି । ଏବେ ୨୮ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ୪ ଲକ୍ଷ ୯୧ ହଜାର ୨୩୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୨୧ ହଜାର ୩୪୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଆସନ୍ତାକାଲି ମୁଣ୍ଡଳୀରେ ପହଂଚିବ ହୀରାକୁଦ ଜଳ । ସେପଟେ ଜଳକା ଓ ବୈତରଣୀ ଏବେ ବି ବିପଦ ସଙ୍କେତ ଉପରେ ରହିଛି । ସୁବର୍ଣ୍ଣରେଖା ରାଜଘାଟଠାରେ ସତର୍କ ସଙ୍କେତ ଉପରେ ରହିଛି ଜଳସ୍ତର ।