ଓଡିଶାରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ । ୪ ଜଣଙ୍କ ନମୂନାରେ କରୋନା ପଜିଟିଭ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଲା ।

6,626

କନକ ବ୍ୟୁରୋ: କରୋନାକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ । ୪ ଜଣଙ୍କ ନମୂନାରେ ଆସିଲା କରୋନା ପଜିଟିଭ । ନୂଆ ୪ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଲା ।

ତେବେ ନୂଆ ୪ ଆକ୍ରାନ୍ତ କେଉଁ ଅଞ୍ଚଳର କିମ୍ବା କେଉଁ ଜିଲ୍ଲାର ତାହା ସ୍ପଷ୍ଟ କରି ନାହାନ୍ତି ସରକାର । ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ କେସ୍ ୪୧ ଜଣ ରହିଛନ୍ତି । ସେହିପରି ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ୪ ଆକ୍ରାନ୍ତଙ୍କ ସୂଚନା ଟ୍ୱିଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।