ହୀରାକୁଦରେ ବନ୍ଦ ହେଲା ଆଉ ୪ଟି ଗେଟ୍ : ୩୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ପାଣି; ସେପଟେ ରାଜ୍ୟରେ ସୁଧୁରୁଛି ବନ୍ୟା ସ୍ଥିତି, ମୁଣ୍ଡଳୀରେ ବଢ଼ୁ ନାହିଁ ଜଳସ୍ତର

100

କନକ ବ୍ୟୁରୋ : ଉପରମୁଣ୍ଡରେ ବର୍ଷା କମିବାପରେ ପରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କମ୍ ହୋଇଛି । ସେପଟେ ବନ୍ଦ ହୋଇଛି ହୀରାକୁଦ ଡ୍ୟାମର ୧୦ଟି ଗେଟ୍ । ବର୍ତମାନ ୩୬ ଟି ଗେଟ୍ ଦେଇ ହୀରାକୁଦରୁ ନିଷ୍କାସିତ ହେଉଛି ବନ୍ୟା ଜଳ । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୪ ଲକ୍ଷ ୯୪ ହଜାର ୯୪ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରର ଜଳସ୍ତର ୬୨୭.୨୯ ଫୁଟ ରହିଛି । ହୀରାକୁଦ ଗେଟ୍ ବନ୍ଦ ହେବା ପରେ ତଳିଆ ଅଂଚଳରେ ମହାନଦୀର ଜଳ ପ୍ରବାହ କମ୍ ହୋଇଥିବାରୁ ଏବେ ବନ୍ୟା ସ୍ଥିତିରେ ମଧ୍ୟ କ୍ରମାଗତ ସୁଧାର ଆସୁଛି ।

ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ହାର କମ୍ ହେବା ପରେ ମୁଣ୍ଡୁଳିରେ ମଧ୍ୟ ଜଳ ପ୍ରବାହ ହ୍ରାସ ପାଇଛି । ସେପଟେ ବ୍ରାହ୍ମଣୀ ରିଭର ସିଷ୍ଟମ୍ରେ ଆସୁଥିବା ରେଙ୍ଗାଲି ଡ୍ୟାମ୍ରେ ୪ଟି ଗେଟ୍ ଖୋଲା ଯାଇଥିଲା । ବର୍ତମାନ ୩ଟି ବନ୍ଦ ରହିଛି । ଗୋଟିଏ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।