ରାସ୍ତା କଡ଼ର ନାଳ ପାଲଟିଲା କାଳ : ପାଣିରେ ବୁଡି ୪ ଶିଶୁଙ୍କ ମୃତ୍ୟୁ 

96

କନକ ବ୍ୟୁରୋ : ପାଣିରେ ବୁଡ଼ି ଚାଲିଗଲା ୪ ଶିଶୁଙ୍କ ଜୀବନ  । ଏପରି ଦୁଃଖଦ ଓ ହୃଦୟବିଦାରକ ଖବର ଆସିଛି କୋରାପୁଟରୁ  । କୋରାପୁଟ ସଦର ଥାନା ପାଇକଫୁଲବେଡ଼ା ଅନ୍ତର୍ଗତ ମାଝୀଗୁଡ଼ାରେ ପାଣିରେ ବୁଡ଼ି ୪ ଶିଶୁଙ୍କ ଜୀବନ ଯାଇଛି  । ଭାରତମାଳା ଯୋଜନାରେ ନିର୍ମାଣାଧୀନ ରାସ୍ତାକଡ଼ରେ ପାଣି ଜମା ହୋଇ ରହିଥିଲା  । ଛୋଟ ଛୋଟ ପିଲାମାନେ ପାଣିପାଖରେ ଖେଳୁଥିବା ବେଳେ ବୁଡ଼ିଯାଇଥିଲେ । ମୃତ ଶିଶୁମାନଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୬ ବର୍ଷ, ଅନ୍ୟ ଜଣଙ୍କର ୮ ବର୍ଷ, ଆଉ ଜଣେ ୪ ବର୍ଷର ଶିଶୁ  ।

ଏହି ଘଟଣା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି  । ତେବେ ରାସ୍ତା ନିର୍ମାଣ ନାଁରେ ଗାତ ଖୋଳି ଦିଆଯାଉଛି, ଆଉ ତାକୁ ସେମିତି ଛାଡ଼ି ଦିଆଯାଉଛି  । ବର୍ଷା ଦିନରେ ଏହି ସବୁ ଗାତରେ ପାଣି ଭରିଯାଉଛି, ଆଉ ଜୀବନ ନେଉଛି  । ବାରମ୍ବାର ସ୍ଥାନୀୟ ଲୋକ ଏନେଇ ଆପତି ଉଠାଇଥିଲେ ବି , ଏହାର ସମାଧାନ କରାଯାଉ ନାହିଁ   । ଆଉ ଏପରି ଅବହେଳା ଏବେ ଘାତକ ପାଲଟିଛି, ଅକାଳରେ ୪ଟି କଅଁଳ ଜୀବନ ଚାଲିଯାଇଛି  ।