କନକ ବ୍ୟୁରୋ : ପାଣିରେ ବୁଡ଼ି ଚାଲିଗଲା ୪ ଶିଶୁଙ୍କ ଜୀବନ । ଏପରି ଦୁଃଖଦ ଓ ହୃଦୟବିଦାରକ ଖବର ଆସିଛି କୋରାପୁଟରୁ । କୋରାପୁଟ ସଦର ଥାନା ପାଇକଫୁଲବେଡ଼ା ଅନ୍ତର୍ଗତ ମାଝୀଗୁଡ଼ାରେ ପାଣିରେ ବୁଡ଼ି ୪ ଶିଶୁଙ୍କ ଜୀବନ ଯାଇଛି । ଭାରତମାଳା ଯୋଜନାରେ ନିର୍ମାଣାଧୀନ ରାସ୍ତାକଡ଼ରେ ପାଣି ଜମା ହୋଇ ରହିଥିଲା । ଛୋଟ ଛୋଟ ପିଲାମାନେ ପାଣିପାଖରେ ଖେଳୁଥିବା ବେଳେ ବୁଡ଼ିଯାଇଥିଲେ । ମୃତ ଶିଶୁମାନଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୬ ବର୍ଷ, ଅନ୍ୟ ଜଣଙ୍କର ୮ ବର୍ଷ, ଆଉ ଜଣେ ୪ ବର୍ଷର ଶିଶୁ ।
ଏହି ଘଟଣା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ରାସ୍ତା ନିର୍ମାଣ ନାଁରେ ଗାତ ଖୋଳି ଦିଆଯାଉଛି, ଆଉ ତାକୁ ସେମିତି ଛାଡ଼ି ଦିଆଯାଉଛି । ବର୍ଷା ଦିନରେ ଏହି ସବୁ ଗାତରେ ପାଣି ଭରିଯାଉଛି, ଆଉ ଜୀବନ ନେଉଛି । ବାରମ୍ବାର ସ୍ଥାନୀୟ ଲୋକ ଏନେଇ ଆପତି ଉଠାଇଥିଲେ ବି , ଏହାର ସମାଧାନ କରାଯାଉ ନାହିଁ । ଆଉ ଏପରି ଅବହେଳା ଏବେ ଘାତକ ପାଲଟିଛି, ଅକାଳରେ ୪ଟି କଅଁଳ ଜୀବନ ଚାଲିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/4-35.jpg)