କନକ ବ୍ୟୁରୋ : ଦାଦନ ଖଟିବାକୁ ତେଲେଙ୍ଗାନାର ହାଇଦ୍ରାବାଦ ଯାଇଥିଲେ । ହେଲେ ସେଠାରେ ଜୀବନ ଚାଲିଗଲା । ହାଇଦ୍ରାବାଦ କୁକୁଟପାଲିରେ ଘର ତିଆରି ଚାଲିଥିବାବେଳେ ଅଘଟଣ ଘଟି ମାଲକାନଗିରିର ୪ ଜଣ ବଣ୍ଡା ଯୁବକ ପ୍ରାଣ ହରାଇଛନ୍ତି । ଛାତରୁ ସେଣ୍ଟ୍ରିଂ ଖସିବାରୁ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବଣ୍ଡାଘାଟି ବଡପଡା ଗାଁର ୩ ଜଣ ଥିବାବେଳେ ଗୋଇଗୁଡାର ଗାଁର ଜଣେ ଯୁବକ ଅଛନ୍ତି । ୨ ମାସ ତଳେ ଏହି ବଣ୍ଡା ଯୁବକ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ମୃତଦେହ ଗାଁକୁ ଆଣିବାକୁ ପରିବାର ଲୋକେ ମୁଦୁଲିପଡା ଥାନାରେ ଏତଲା ଦେଇଛନ୍ତି ।

Advertisment