ନାମ ଲେଖା ପାଇଁ ୪ ମେଡିକାଲ କେଲଜକୁ ଏମସିଆଇର ଅନୁମତି ।  ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ 

ରାଜ୍ୟର ଚାରିଟି ମେଡିକାଲ କଲେଜକୁ ନାମଲେଖା ଅନୁମତି ମିଳିଛି

1,959
କନକ ବ୍ୟୁରୋ: ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଆଜି ରାଜ୍ୟର ଚାରିଟି ମେଡିକାଲ କଲେଜକୁ ନାମଲେଖା ଅନୁମତି ମିଳିଛି । ଏହିସବୁ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନେ ଏବେ ବିଭିନ୍ନ ବ୍ୟାଚରେ ପାଠ ପଢୁଛନ୍ତି । ଏମସିଆଇ ପକ୍ଷରୁ ଆଜି ଏହି ଅନୁମତି ମିଳିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି ।
ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ୨୦୧୯-୨୦ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ତୃତୀୟ ବ୍ୟାଚ୍ ପାଇଁ ନାମଲେଖା ଅନୁମତି ପାଇଥିବାବେଳେ ବାଲେଶ୍ୱର ସ୍ଥିତ ଫକୀରମୋହନ ମେଡିକାଲ କଲେଜକୁ ଦ୍ୱିତୀୟ ବ୍ୟାଚ୍ ଲାଗି ଅନୁମତି ମିଳିଛି । ସେହିଭଳି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ବ୍ୟାଚରେ ନାମଲେଖା ଅନୁମତି ମିଳିଥିବାବେଳେ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜକୁ ଦ୍ୱିତୀୟ ବ୍ୟାଚ ପାଇଁ ନାମ ଲେଖାଇବାକୁ ଏମସିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଏହିସବୁ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବ୍ୟାଚରେ ନାମ ଲେଖାଇ ପାଠ ପଢୁଥିବାବେଳେ ଏମସିଆଇ ପକ୍ଷରୁ ଭିତ୍ତିଭୂମି ଓ ଅନ୍ୟାନ୍ୟ ଦିଗର ଅନୁଧ୍ୟାନ ପରେ ପରବର୍ତ୍ତୀ ବ୍ୟାଚରେ ନାମ ଲେଖାଇବାକୁ ଆଜି ଅନୁମତି ମିଳିଛି ।

Comments are closed.