କନକ ବ୍ୟୁରୋ : ଜମ୍ମୁକାଶ୍ମୀରର ପୁଞ୍ଚରେ ସହିଦ ହୋଇଥିବା, ଯବାନଙ୍କ ପ୍ରାର୍ଥୀବ ଶରୀର ଆଜି ସେମାନଙ୍କ ଜନ୍ମମାର୍ଟିରେ ପହଞ୍ଚିଛି । ବୀର ପୁଅଙ୍କ ପ୍ରାର୍ଥିବ ଶରୀର ପହଞ୍ଚିବା ପରେ ପୂରା ଶୋକାକୂଳ ହୋଇ ପଡିଛି ସମଗ୍ର ଅଂଚଳ । ଜାତି, ଧର୍ମ, ବର୍ଣ୍ଣ ନିବିଶେଷରେ ଏକାଠି ହୋଇ ସହିଦଙ୍କ ଶେଷ ଦର୍ଶନ କରିଛନ୍ତି । ଯେତେବେଳେ କୌଣସି ରାଜନୈତିକ ସମାବେଶରେ ୧୦ହଜାର ଲୋକ ଏକାଠି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡେ । ସେତିକିବେଳେ ବିନା କୌଣସି ଖର୍ଚ୍ଚରେ ଲୋକମାନେ ସ୍ୱତଃସ୍ଫୁର୍ତ ଭାବରେ ଆସି ସହିଦଙ୍କ ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଯାହା ଆତବାଦୀ ଓ ଆତଙ୍କବାଦୀଙ୍କ ସହଯୋଗ କରୁଥିବା ପାକିସ୍ତାନ ପାଇଁ ଗୋଟିଏ ବାର୍ତ୍ତା ଦେଉଥିଲା, ସବୁପରେ ଦେଶ ସୁରକ୍ଷା ଆଗ, ଦେଶକୁ ସୁରକ୍ଷା ଯୋଗାଉଥିବା ବୀର ଯବାନ ଦେଶ ପାଇଁ ଗର୍ବ, ଗୌରବ । ସେମାନଙ୍କର କିଛି କ୍ଷତି ହେଲେ, କୌଣସି ଭାରତୀୟ ସହିପାରିବେ ନାହିଁ । ଆବଶ୍ୟକ ପଡିଲେ ମୁହଁତୋଡ ଜବାବ ଦେବେ ।

Advertisment