ପୁଣି ଅଶାନ୍ତ ହେଲା ମଣିପୁର । ଆତଙ୍କୀଙ୍କ ଗୁଳିରେ ୪ ପୋଲିସ୍ କର୍ମଚାରୀ, ଜଣେ ବିଏସଏଫ୍ ଯବାନ ଆହତ ।

274

କନକ ବ୍ୟୁରୋ: ପୁଣି ଅଶାନ୍ତ ହୋଇଛି ମଣିପୁର, ଆତଙ୍କବାଦୀଙ୍କ ଗୁଳିରେ ୪ଜଣ ପୋଲିସ କର୍ମଚାରୀଙ୍କ ସହ ଜଣେ ବିଏସଏଫ ଯବାନ ଆହତ ହୋଇଛନ୍ତି । ସୋମବାର ଅଜଣା ଶସ୍ତ୍ରଧାରୀ ଏବଂ ସ୍ଥାନୀୟ ଲୋକଙ୍କ ସଂଘର୍ଷ ଯୋଗୁ ୪ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ପରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେବାରୁ ସରକାର ଇମ୍ଫାଲ ଘାଟିରେ କର୍ଫ୍ୟୁ ଜାରି କରିଥିବା ବେଳେ ଏଭଳି ଅଘଟଣ ଘଟିଛି । ଉପଦ୍ରବୀ ମାନେ ପୋଲିସ ଗାଡି ଉପରକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪ଜଣ ପୋଲିସ ଅଧିକାରୀ ଏବଂ ଜଣେ ବିଏସଏଫ ଯବାନ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ଆସାମ ରାଇଫଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ କିଛି ଦିନର ବ୍ୟବଧାନ ପରେ ମଣିପୁରରେ ହିଂସାତ୍ମକ ସ୍ଥିତି ଫେରିଥିବା ବେଳେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ।