ପଶୁଙ୍କ ଠାରେ ବି ଦେଖାଗଲା କରୋନାର ଡେଲଟା ଭାରିଆଣ୍ଟ । ଚେନ୍ନାଇର ଏକ ଚିଡିଆଖାନାରେ ୪ ଟି ସିଂହଙ୍କ ଶରୀରରେ କରୋନାର ଡେଲଟା ଭୂତାଣୁ ଚିହ୍ନଟ

148

କନକ ବ୍ୟୁରୋ : କରୋନା ଭୂତାଣୁ କେବଳ ମଣିଷ ମାନଙ୍କ ଶରୀରେ ପପ୍ରବେଶ କରିବା ନେଇ ଧାରଣା ଏବେ ଭୂଲ ପ୍ରମାଣିତ ହୋଇଛି । ଚେନ୍ନାଇର ଏରିଗନାର ଜୋଲୋଜୀ ପାର୍କରେ ୪ ଟି ସିଂହଙ୍କ ଠାରେ କରୋନାର ଡେଲାଟା ଭାରିଆଣ୍ଟ ଚିହ୍ନଟ ହୋଇଛି । ଚେନ୍ନାଇର ଭାଣ୍ଡାଲୁର ଆରିଗନାର ଆନ୍ନା ପ୍ରାଣୀ ଉଦ୍ୟାନରେ ୪ ଟି ସିଂହ କୋଭିଡ ଡେଲଡା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଆଇସିଏଆର ସୂଚନା ଦେଇଛି ।

ଏହି ପ୍ରାଣୀ ଉଦ୍ୟାନରୁ ୧୧ ଟି ସିଂହର ନମୁନା କୋଭିଡ ପରୀକ୍ଷା ପାଇଁ ମେ ମାସରେ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଟି ସିଂହ କୋଭିଡ ର ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ସିଂହ ମାନଙ୍କର ଜେନୋମ ସ୍ୱିକ୍ୱେନ୍ସ ଭୋପାଳର ଏନଆଇଏଚଏସଏଡି ଠାରେ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଟି ସିଂହଙ୍କ ଶରୀରରେ କ୍ରମ ପାଙ୍ଗୋଲିନ ବଂଶଜ ବି,୧.୬୧୭.୨ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନାମକରଣ ମୁତାବକ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି ।

ଅନ୍ୟପଟେ ଦେଶରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆସୁଥିବା ନେଇ ଜାତୀୟ ଗଣମାଧ୍ୟମରେ ସତର୍କ କରାଇଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ତାଙ୍କ କହିବା ମୁତାବକ ୬ ରୁ ୮ ସପ୍ତାହ ମଧ୍ୟରେ ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଆସିପାରେ । ଏଭଳି ସ୍ଥିତିରେ ପଶୁମାନଙ୍କ ଠାରେ କରୋନାର ଡେଲଟା ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ ।