ସୁଲତାନପୁରରେ ମର୍ମନ୍ତୁଦ ଦୁର୍ଘଟଣା : ବାହାଦୁରି ପାଇଁ ଚାଲିଗଲା ୪ ଜୀବନ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ସୁଲତାନପୁରରେ ମର୍ମନ୍ତୁଦ ଦୁର୍ଘଟଣା : ବାହାଦୁରି ପାଇଁ ଚାଲିଗଲା ୪ ଜୀବନ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ : ବାହାଦୁରି ପାଇଁ ଚାଲିଗଲା ୪ ଜୀବନ । ଉତ୍ତରପ୍ରଦେଶ ସୁଲତାନପୁରରେ ଗତ ଶୁକ୍ରବାର ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକି ଏବେ ଚର୍ଚ୍ଚାର ବିଷୟ ହୋଇଛି । ରାସ୍ତାର ଉପରେ ଉଡନ୍ତା ଅବସ୍ଥାକୁ ଚାଲିଯାଇଥିଲା ବିଏମଡବ୍ଲ୍ୟୁ କାର । ଏହା ପରେ ବି ଗାଡିରେ ବେଗ ଆହୁରି ବଢାଉ ବୋଲି କୁହାଯାଉଛି । ଶେଷରେ କାର ଏକ କଣ୍ଟେନରରେ ପିଟି ହୋଇ ଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକଙ୍କ ମୁଣ୍ଡ ଏବଂ ହାତ ୨୦ରୁ ୩୦ ମିଟର ଦୂରରେ ପଡିଥିଲା ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଚାଳକ ଗାଡିର ବେଗ ହଠାତ୍ ବଢାଇବାରେ ଲାଗିଥିଲେ । ଏଥିରେ ଉତ୍ସାହିତ ହୋଇ କାରରେ ଥିବା ଅନ୍ୟ ଜଣେ ଯାତ୍ରୀ ଏହାର ଲାଇଭ୍ ଭିଡିଓ କରିଥିଲେ । ସ୍ପିଡୋମିଟର ଦେଖାଇବା ପାଇଁ କାର ଭିତରୁ ଫେସବୁକରେ ଲାଇଭ୍ କରିଥିଲେ । ଗାଡି ଡ୍ରାଇଭର ଗାଡିର ବେଗ ୩ ଶହ ଉପରକୁ ନେବା ପାଇଁ ଯାତ୍ରୀମାନେ ଉତ୍ସାହିତ କରିଥିଲେ । ଆଉ ଏହି ସମୟରେ କହିଥିଲେ ଚାରୋ ମରେଙ୍ଗେ । ପ୍ରଥମେ ଡ୍ରାଇଭର ଗାଡିର ସ୍ପିଡ୍ ୨୩୦ କିମି ପର୍ଯ୍ୟନ୍ତ ନେଇଥିଲେ । ଅନ୍ୟ ଯାତ୍ରୀମାନଙ୍କୁ ସିଟ୍ ବେଲ୍ଟ ପିନ୍ଧିବା ପାଇଁ କହିଥିଲେ । ଭଲ ରାସ୍ତା ପଡ଼ିଲେ ଗାଡିର ବେଗ ବଢାଇବା ପାଇଁ କହିଥିଲେ । କିନ୍ତୁ କିଛି ସମୟ ମଧ୍ୟରେ ଦାମୀ କାରଟି ଏକ କଂଟେନରକୁ ଧକ୍କା ଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe