କନକ ବ୍ୟୁରୋ : ସିଆଚିନରେ ବରଫ ଝଡର ତାଣ୍ଡବ । ବରଫରେ ଦବିଯିବା ଯୋଗୁଁ ୪ ଯବାନ ଶହୀଦ୍ ଓ ୨ ନାଗରିକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ୮ ସଦସ୍ୟ ବିଶିଷ୍ଟ ପେଟ୍ରୋଲିଂ ଦଳ ଝଡରେ ଫସି ଯାଇଥିଲେ । କିଛି ସମୟ ପରେ ଉଦ୍ଧାରକାରୀ ଦଳ ଫସିଥିବା ସମସ୍ତ ୮ଜଣଙ୍କୁ ବାହାରକୁ ଆଣିଥିଲେ । ଯେଉଁଥିରେ ୪ ଯବାନ ଚିକିତ୍ସାଧୀନ ଅବସ୍ଥାରେ ଶହୀଦ ହୋଇଛନ୍ତି । ଏହା ସହିତ ଆଉ ଦୁଇ ଜଣ ସ୍ଥାନୀୟ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି ଓ ୭ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି ।
ସେମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚିନ ଗ୍ଲେସିଅରରେ ଏହି ବରଫ ଝଡ ଆସିଥିଲା । ଯାହାର ଉଚ୍ଚତା ପ୍ରାୟ ୧୮ହଜାର ଫୁଟ୍ ବା ଏହାଠାରୁ ଅଧିକ । ବରଫ ଝଡ ଆସିବା ସମୟରେ ଯବାନମାନେ ଭାରତୀୟ ସେନାର ନର୍ଦର୍ଣ୍ଣ ଗ୍ଲେସିୟର ପୋଷ୍ଟରେ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/si-china.jpg)