ଜୟପୁର ସବ ଜେଲରେ ୪ ଜଣ ଅନ୍ତେବାସୀଙ୍କୁ କରୋନା : ସଂକ୍ରମିତ ଚିହ୍ନଟ ପରେ କଡ଼ା ପଦକ୍ଷେପ ନେଲେ ଜେଲ୍ ପ୍ରଶାସନ

55

କନକ ବ୍ୟୁରୋ : ଜୟପୁର ସବ ଜେଲରେ ୪ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ।  ଜେଲ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କଡ଼ା ପଦକ୍ଷେପ ଗ୍ରହଣ କଲା ଜେଲ । ଜେଲକୁ ସାନିଟାଇଜ କରିବା ସହ ଯେଉଁ ଅନ୍ତେବାସୀ ଜେଲକୁ ଆସିବେ ସେମାନେ ପ୍ରଥମେ କରୋନା ଟେଷ୍ଟର ପ୍ରମାଣ ପତ୍ର ଦେଖାଇବେ । ଏହା ପରେ ପ୍ରଥମ ପର୍ଯ୍ୟାୟରେ ୧୪ ଦିନ ରହିବେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୭ ଦିନ କ୍ୱାରେନଟିଂନରେ ରହିବେ । ପରେ ଜେଲ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ।

କରୋନା କାଳରେ ପ୍ରତି ସପ୍ତାହରେ ଜେଲକୁ ସାନିଟାଇଜ କରାଯାଉଛି । ଗତ ୧୭ ତାରିଖରେ ବୈପାରିଗୁଡ଼ାରୁ ଜଣେ ଅନ୍ତେବାସୀ ଜେଲକୁ ଆସିଥିଲେ ତାଙ୍କର ଆଟିଂଜେନ ଟେଷ୍ଟ କରାଯାଇଥିଲା । ତାଙ୍କ ରିପୋର୍ଟ ନେଗେଟିଭ  ଥିଲା ତାଙ୍କୁ ୧୪ ଦିନିଆ କ୍ୱାରେନଟିଂନରେ ରଖାଯାଇଥିଲା  । ପରେ ତାଙ୍କର ଆର୍ଟିଫିସିଆଲ ଟେଷ୍ଟରେ ପଜିଟିଭ ଆସିଥିବା ବେଳେ ତାଙ୍କ ଠାରୁ ଅନ୍ୟମାନେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।