ଶବ ସତ୍କାର କରିବାକୁ ଗଲାବେଳେ ଶ୍ମଶାନରେ ମହୁମାଛି ଆକ୍ରମଣ । ୪ ଆହତ, ଗୁରୁତରଙ୍କୁ ଜଳେଶ୍ୱର ହସ୍ପିଟାଲ ସ୍ଥାନାନ୍ତର ।

Advertisment
ଶବ ସତ୍କାର କରିବାକୁ ଗଲାବେଳେ ଶ୍ମଶାନରେ ମହୁମାଛି ଆକ୍ରମଣ । ୪ ଆହତ, ଗୁରୁତରଙ୍କୁ ଜଳେଶ୍ୱର ହସ୍ପିଟାଲ ସ୍ଥାନାନ୍ତର ।

କନକ ବ୍ୟୁରୋ: ଶବ ସତ୍କାର କରିବାକୁ ଆସି ମହୁମାଛି ଆକ୍ରମଣର ଶିକାର । ଗୋଡାଇ ଗୋଡାଇ ଆକ୍ରମଣ କଲେ ମହୁମାଛି । ଆକ୍ରମଣରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଜଳେଶ୍ୱର ବ୍ଲକ ଡେମୁରିଆ ଗାଁରେ ।

ଗାଁର ଅନନ୍ତ ଜେନାଙ୍କ ଗତକାଲି ମୃତ୍ୟୁ ହୋଇଥିଲା । ସଂସ୍କାର ପାଇଁ ଶ୍ମଶାନ ନେଇ ଯାଇଥିଲେ ପରିବାର ଲୋକେ । ହଠାତ୍ ମହୁମାଛି ଆକ୍ରମଣ କରିଥିଲେ । ଫଳରେ ଶବ ନେଇ ଯାଇଥିବା ପରିଜନ ଜୀବନ ବିକଳରେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ମାତ୍ର ମହୁମାଛି ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଏବେ ୬ ଜଣ ଗୁରୁତରଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିର୍ି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe