କନକ ବ୍ୟୁରୋ: ଶବ ସତ୍କାର କରିବାକୁ ଆସି ମହୁମାଛି ଆକ୍ରମଣର ଶିକାର । ଗୋଡାଇ ଗୋଡାଇ ଆକ୍ରମଣ କଲେ ମହୁମାଛି । ଆକ୍ରମଣରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଜଳେଶ୍ୱର ବ୍ଲକ ଡେମୁରିଆ ଗାଁରେ ।
ଗାଁର ଅନନ୍ତ ଜେନାଙ୍କ ଗତକାଲି ମୃତ୍ୟୁ ହୋଇଥିଲା । ସଂସ୍କାର ପାଇଁ ଶ୍ମଶାନ ନେଇ ଯାଇଥିଲେ ପରିବାର ଲୋକେ । ହଠାତ୍ ମହୁମାଛି ଆକ୍ରମଣ କରିଥିଲେ । ଫଳରେ ଶବ ନେଇ ଯାଇଥିବା ପରିଜନ ଜୀବନ ବିକଳରେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ମାତ୍ର ମହୁମାଛି ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଏବେ ୬ ଜଣ ଗୁରୁତରଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିର୍ି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/23-4.jpg)