ସୀମା ପାରି କରୁଥିଲେ । ବରଫ ପାଲଟିଗଲେ ୪ ଭାରତୀୟ

1,498

କନକ ବ୍ୟୁରୋ: ୟୁରୋପୀୟ ଦେଶ ମାନଙ୍କରେ ଏବେ କିପରି ବରଫପାତ ହେଉଛି ତାହା ଊଣାଅଧିକେ ସମସ୍ତଙ୍କୁ ଜଣା । ହେଲେ ଏତେ ବରଫପାତ ଓ ଥଣ୍ଡା ଲହରୀ ଚାଲିଛି ଯେ, ଆମେରିକା ଓ କାନାଡା ସୀମାରେ ୪ଜଣଙ୍କର ଦୟନୀୟ ମୃତ୍ୟୁ ହୋଇଛି । ମୃତକମାନେ ଭାରତୀୟ ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ଜଣ ମଧ୍ୟବୟସ୍କ ଥିବାବେଳେ ୨ ଜଣ ପିଲା ଅଛନ୍ତି । ସବୁଠୁ ଦୁଃଖଦ ଘଟଣା ହେଉଛି ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ତରୁଣ ଥିବାବେଳେ ଜଣେ ନବଜାତ । ପ୍ରାଥମିକ ତଦନ୍ତ ମୁତାବକ, ସେମାନେ ହୁଏତ କନାଡା ସୀମା ଦେଇ ଆମେରିକାକୁ ପ୍ରବେଶ କରୁଥିଲେ । ଏହି ସମୟରେ ପ୍ରବଳ ବରଫପାତ ଯୋଗୁଁ ସ୍ଥାଣୁ ପାଲଟିଯାଇଥିଲେ । ସେଠାରେ ସେମାନଙ୍କର ମୃତ୍ୟୁ ହୋଇଛି । ଏବେ ସେହି ସ୍ଥାନରେ -୩୫ଡିଗ୍ରୀ ତାପମତ୍ରା ରହିଛି ।

ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର । ଏହି ଘଟଣା ପରେ ସ୍ଥିତି ଉପରେ ତକ୍ରାଳ ପଦକ୍ଷେପ ନେବାକୁ ଆମେରିକା ଓ କାନାଡାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ତରଣଜିତ୍ ସିଂହ ସଂଘୁ ଓ କାନାଡାରେ ଥିବା ଅଜୟ ବିସାରିଆଙ୍କ ସହ ଅଲୋଚନା କରିଛନ୍ତି ।