ଏବେ ଖୋଲିବନି ଶ୍ରୀମନ୍ଦିରର ଚାରିଦ୍ୱାର : କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ କହିଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା

552

କନକ ବ୍ୟୁରୋ : ଏବେ ଖୋଲିବ ନାହିଁ ଶ୍ରୀମନ୍ଦିର ଚାରିଦ୍ୱାର । ବିଧାନସଭାରେ ବିଜେପି ବିଧାୟିକା କୁସୁମୁ ଟେଟେଙ୍କ ପ୍ରଶ୍ନର ଉତରରେ ଏହା କହିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ଏବେ ମାତ୍ର ଗୋଟିଏ ଦ୍ୱାର ଖୋଲାଅଛି ଅନ୍ୟ ସବୁ ବନ୍ଦ ରହିଛି । ପର୍ବ ପର୍ବାଣୀ ବେଳେ ହଜାର ହଜାର ଶ୍ରଦ୍ଧାଳୁ ଆସୁଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ ତେଣୁ ଅସମ୍ଭାଳ ଭିଡ଼ ହେଉଛି ।

ଲୋକେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଶ୍ରଦ୍ଧାଳୁମାନେ ଚାରିଦ୍ୱାର ଖୋଲିବାକୁ ଦାବି କରୁଛନ୍ତି । ଆଇନମନ୍ତ୍ରୀ ସାରକା କହିଛନ୍ତି, ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ୱାରର ପ୍ରବେଶ ସୁବିଧା କରାଯାଇଛି । ଏବେ ପରିକ୍ରମା ପ୍ରକଳ୍ପ କାମ ଚାଲୁଛି ତେଣୁ ୩ଗୋଟି ଦ୍ୱାର ଖୋଲା ଯାଇପାରିନାହିଁ ।