ଅସହାୟ, ନିରାଶ୍ରୟଙ୍କ ଦେବଦୂତ ଶ୍ମଶାନ ବନ୍ଧୁ । ପରିଚୟ ନଥିବା ଲୋକଙ୍କ ଶବ ଦାହ କରି ଚର୍ଚ୍ଚାରେ ସୁନ୍ଦରଗଡର ୪ ବନ୍ଧୁ

82

କନକ ବ୍ୟୁରୋ : ଅସହାୟ, ନିରାଶ୍ରୟଙ୍କ ଦେବଦୂତ ଶ୍ମଶାନ ବନ୍ଧୁ । ନିରାଶ୍ରୟଙ୍କ କେବଳ ଶବଦାହ ନୁହଁ , ହିନ୍ଦୁ ରୀତିନୀତି ଅନୁସାରେ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ଅସ୍ଥି ବିର୍ସଜନ କରୁଛନ୍ତି    । ସୁନ୍ଦରଗଡର ଶ୍ମଶାନ ବନ୍ଧୁ ପାଲଟିଥିବା ଏହି ୪ଜଣ ଅପରିଚିତଙ୍କ ଆତ୍ମାର ମୋକ୍ଷ ପ୍ରାପ୍ତି ପାଇଁ ଅସ୍ଥି ବିର୍ସଜନ କରିବା ସହିତ ବୁଡ ପକାଇ ଦିବଙ୍ଗତ ଆତ୍ମାର ମୋକ୍ଷ ପ୍ରାପ୍ତି ପାଇଁ କାମନା କରନ୍ତି । କେବଳ ଅସ୍ଥି ବିର୍ସଜନ ନୁହେଁ ଗୟାର ଫଲଗୁ ନଦୀରେ ବାଲୁକା ପିଣ୍ଡ ମଧ୍ୟ ପ୍ରଦାନ କରିଥାନ୍ତି ଏହି ୪ ଶ୍ମଶାନ ବନ୍ଧୁ । ସୁନ୍ଦରଗଡ ସହରର ୪ ଶ୍ମଶାନ ବନ୍ଧୁ ହେଉଛନ୍ତି ସିଦ୍ଧାନ୍ତ ପଣ୍ଡା, ଶିଶିର ବେହେରା, ଚିନ୍ଟୁ ରକ୍ସା ଓ ଦେବେନ୍ଦ୍ର ସାହୁ । କରୋନା କାୟା ବିସ୍ତାର କରିଥିବା ସମୟରେ କୁଢ କୁଢ ମୃତ ଦେହ ସଂସ୍କାର ଅସମ୍ଭବ ହୋଇପଡିଥିଲା । ଏହି ସମୟରେ ଆଗେଇ ଆସିଥିଲେ ଏହି ୪ ବନ୍ଧୁ । ଅପରିଚିତଙ୍କ ମୃତଦେହ ସଂସ୍କାର କରି ଥକିଯାଇନଥିଲେ । ତାଙ୍କର ଏହି ନିଷ୍ଠା ଓ ସେବା ପାଇଁ ଶ୍ମଶାନ ବନ୍ଧୁର ପରିଚୟ ମିଳିଛି ତାଙ୍କୁ ।

କରୋନା ସମୟରୁ ଆରମ୍ଭ ହୋଇଛି ତାଙ୍କର ସେବା । ଯହାକି ଏବେ ଯାଏ ଚାଲିଛି । ହଜାରେରୁ ଉର୍ଦ୍ଧ ଶବ ଦାହ କରିବା ସହ ୨୦୦ ରୁ ଉର୍ଦ୍ଧ ଅପରିଚିତଙ୍କ ଅସ୍ଥି ବିର୍ସଜନ କରି ଉଦାହରଣ ସୃଷ୍ଟି କରିଛନ୍ତି ଏହି ୪ ଶ୍ମଶାନ ବନ୍ଧୁ । ତାଙ୍କର ଏହି ସେବା ପାଇଁ ତାଙ୍କୁ ଅନେକ ଅନେକ ପ୍ରଶଂସା ମିଳିଛି ।

ଅପରିଚିତ ଲୋକଙ୍କ ଶବ ଦାହ କରି ଥକିପଡିନାହାନ୍ତି ୪ ବନ୍ଧୁ । ତାଙ୍କର ଏହି ନିରବଚ୍ଛିନ୍ନ ସେବା କାର୍ଯ୍ୟ ଆଜି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି ।