କନକ ବ୍ୟୁରୋ : ୬ଜଣ ଖୁସିରେ ଭୋଜି କରିବାକୁ ଯାଇଥିବା ବେଳେ ଘଟିଛି ବଡ ଅଘଟଣ । ୬ଜଣ ଯାକ ସାଙ୍ଗ ଭୋଜି ସାରି ଡ୍ୟାମକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ ୪ଜଣ ସାଂଗ ପାଣି ସୁଅରେ ଭାସି ଯାଇଥିଲେ । ୩ଜଣ ସାଂଗ କୌଶଳ କ୍ରମେ ୩ଜଣ ସାଂଗ ପାଣିସୁଅରୁ ବାହାରକୁ ବାହାରି ଆସିଥିବା ବେଳେ ଅଂଶୁମାନ ନାୟକ ନାମକ ଜଣେ ଯୁବକ ଏବେ ବି ନିଖୋଜ ରହିଛନ୍ତି ।
ଖବର ଅନୁସାରେ, କଟକ ସିଡିଏ ଓ ବିଡ଼ାନାସୀ ଅଂଚଳର ୬ ଜଣ ସାଙ୍ଗ ଡମଣୀ ଡ୍ୟାମକୁ ବୁଲିବାକୁ ଯାଇଥିଲେ । ପାଣିରେ ଗାଧୋଇ ଥିବା ବେଳେ ୪ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କ ଖୋଜଖବର ମିଳୁନାହିଁ । ସିଡିଏ ସେକ୍ଟର ୭ ଅଂଚଳର ଅଂଶୁମାନଙ୍କୁ ଖୋଜିବା ପାଇଁ ଚୌଦ୍ୱାର ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରହିଛି । ହେଲେ ଅଂଶୁମାନଙ୍କ କୌଣସି ପତା ମିଳିନଥିବା ଜଣାପଡ଼ିଛି ।
ପାଠଶାଠ ପଢ଼ୁଥିବା ବଢ଼ିଲା ପିଲାଙ୍କୁ ନେଇ ଚୌଦ୍ୱାର ଅଂଚଳରୁ ଯେଉଁ ଖବର ଆସିଛି ତାହା ସମଗ୍ର ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/1-1.jpg)