ବିମାନ ଯାତ୍ରୀଙ୍କ ମଧ୍ୟରେ ଭୟର ଆତଙ୍କ : ଗତ ୨୪ ଘଣ୍ଟା ମଧ୍ୟରେ ୪ଟି ବିମାନ କରିସାରିଲେଣି ଜରୁରିକାଳୀନ ଅବତରଣ

Advertisment
ଭୟଙ୍କର ହେଉଛି କରୋନା ଭାଇରସ । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ପକ୍ଷରୁ ମଧ୍ୟ ଚୀନକୁ ବିମାନ ଚଳାଚଳ ବନ୍ଦ ଘୋଷଣା

ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୪ଟି ବିମାନ ଜରୁରିକାଳୀନ ଅବତରଣ କରିସାରିଲେଣି। ସବୁ ବିମାନର ପାଇଲଟ ଓ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି। ବିମାନଗୁଡ଼ିକର ବି ସେପରି କୌଣସି ବିଶେଷ କ୍ଷତି ହୋଇନାହିଁ।

publive-image

ରବିବାର ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ଆଇଏକ୍ସ-୨୪୭ ମୁମ୍ବାଇରୁ ଦୁବାଇ ଉଡ଼ାଣ ଭରୁଥିବା ବେଳେ ମୁମ୍ବାଇ ବିମାନ ମନ୍ଦରରେ ଜରୁରିକାଳୀନ ଅବତରଣ କରିଥିଲା। ହାଇଡ୍ରୋଲିକ୍ ସମସ୍ୟା ହେତୁ ବିମାନକୁ ତୁରନ୍ତ ଅବତରଣ କରାଯାଇଥିଲା ବୋଲି ସୂଚନା ରହିଛି।

publive-image

ସେହିପରି ଆଉ ଏକ ବିମାନ ଦିଲ୍ଲୀର ସ୍ପାଇସ୍ ଜେଟ୍ ବାରାଣାସୀ ବିମାନ ବନ୍ଦରରେ ସକାଳ ୧୦ଟା ସମୟରେ ଜରୁରିକାଳୀନ ଅବତରଣ କରିଥିଲା। ଇଞ୍ଜିନରେ ତ୍ରୁଟି ଥିବା ହେତୁ ଅବତରଣ କରାଯାଇଥିଲା। ଇଞ୍ଜିନରେ ତେଲ କମ ଅଛି ବୋଲି ଜଣାପଡ଼ିବା ପରେ ବିମାନଟିକୁ ବାରାଣାସୀ ଆଡ଼େ ମୁହାଁ ଯାଇଥିଲା। ବିମାନଟି ହଙ୍ଗକଙ୍ଗରୁ ଆସୁଥିଲା। ସେଥିରେ ସମୁଦାୟ ୧୪୦ରୁ ଊର୍ଧ୍ୱ ଯାତ୍ରୀ ଆସୁଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ।

ପୂର୍ବଦିନ ଅର୍ଥାତ, ଶନିବାର ରାତି ପ୍ରାୟ ୧୦.୩୦ ସମୟରେ କୋଲକାତା ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଏକ ବିମାନକୁ ଜରୁରିକାଳୀନ ଅବତରଣ କରାଯାଇଥିଲା। ଦିଲ୍ଲୀରୁ ବ୍ୟାଙ୍କକ୍ ଯାଉଥିବା ଏଆଇ-୩୩୫ର ଇଞ୍ଜିନରେ କଣା ଥିବା ହେତୁ ତେଲ ବୋହୁଥିବା ଜଣାପଡ଼ିବାରୁ କୋଲକାତାରେ ଜରୁରିକାଳୀନ ଅବତରଣ କରାଯାଇଥିଲା। ଏଥିରେ କାହାରି କିଛି କ୍ଷତି ହୋଇ ନାହିଁ।

publive-image

ସେହିପରି ଶନିବାର ଚେନ୍ନାଇ-କୋଲକାତା ଇଣ୍ଡିଗୋ ବିମାନରେ ତ୍ରୁଟି ପରିଲିଖିତ ହେବାରୁ ବିମାନଟି ଓଲଟା ଚେନ୍ନାଇ ଫେରି ଜରୁରିକାଳୀନ ଅବତରଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe