ବନ୍ଧା ହେଲେ ୪ ନକଲି ସାମ୍ବାଦିକ : ବୁମ୍ କ୍ୟାମେରା ଦେଖାଇ ଲୋକଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗ

Advertisment
ବନ୍ଧା ହେଲେ ୪ ନକଲି ସାମ୍ବାଦିକ : ବୁମ୍ କ୍ୟାମେରା ଦେଖାଇ ଲୋକଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗ

କନକ ବ୍ୟୁରୋ : ବନ୍ଧା ହେଲେ ନକଲି ସାମ୍ବାଦିକ । ସାମ୍ବାଦିକ ପରିଚୟ ଦେଇ ବଟି ଆଦାୟ କରୁଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବରଗଡ ଟାଉନ ଥାନା ପୁଲିସ । ଏହାସହ ସେମାନଙ୍କ ପାଖରୁ ବୁମ୍, କ୍ୟାମେରା, ପରିଚୟ ପତ୍ର, ମୋବାଇଲ ସହ ନଗଦ ଟଙ୍କା ଜବତ ହୋଇଛି । ବରଗଡ ଅଂଚଳରେ ନିଜକୁ ସାମ୍ବାଦିକ କହି ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ଠାରୁ ବଟି ଆଦାୟ କରୁଥିବା ବ୍ୟକ୍ତିମାନେ ହେଉଛନ୍ତି ଉତ୍ତର ପ୍ରଦେଶର ଅନୁଜ ଓଗ୍ରୱାଲ, ବୁଲନ୍ଦର ସହରର ବିଶାଳ ଗମ୍ଭୀର, ଦିଲ୍ଲୀ ଗେଟ୍ ଗାଜିଆବାଦର ଇମ୍ରାନ ଖାନ ଏବଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଭାକର ସାହିର ତପନ କୁମାର ସାହୁ ।

publive-image

ଗିରଫ ଅଭିଯୁକ୍ତମାନେ ଗତ ୧୧ ତାରିଖ ଦିନ ବରଗଡ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରକୁ ଆସି କେନ୍ଦ୍ରର ମ୍ୟାନେଜର ମନୋଜ କୁମାର ଶତପଥୀଙ୍କୁ ଭେଟି ସିମେଂଟ ଇଟା ତିଆରି ପାଇଁ କଥାବାର୍ତ୍ତା କରିଥିଲେ । ଏହାସହ ସେନେଇ କିଛି ଟଙ୍କା ତାଙ୍କୁ ଯାଚି ଥିଲେ । ପରେ ସେହି ସମୟର କର୍ଥାବାର୍ତ୍ତକୁ ରେକର୍ଡିଂ କରି ମନୋଜଙ୍କୁ ବ୍ଲାକ ମେଲିଂ କରୁଥିଲେ । ୫ ଲକ୍ଷ ଟଙ୍କା ନଦେଲେ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଉଥିଲ । ଏନେଇ ମନୋଜ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe