ଓଡ଼ିଶାରେ ପୁଣି ଡାକ୍ତରଙ୍କୁ କରୋନା । ଭୁବନେଶ୍ୱର ଏମ୍ସର ୪ ଡାକ୍ତର କରୋନା ଆକ୍ରାନ୍ତ । ଡର୍ମାଟୋଲୋଜି, ଫାର୍ମାକୋଲୋଜି, ପାଥୋଲୋଜି ଓ ସର୍ଜରୀ ବିଭାଗରୁ ଜଣେ ଲେଖାଏଁ ଡାକ୍ତର ପଜିଟିଭ ଚିହ୍ନଟ ।

809

କନକ ବ୍ୟୁରୋ: ଓଡ଼ିଶାରେ ପୁଣି ଡାକ୍ତରଙ୍କୁ କରୋନା । ଭୁବନେଶ୍ୱର ଏମ୍ସରେ ୪ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୩ ଜଣ ସିନିଅର ଓ ଜଣେ ଜୁନିଅର ରେସିଡେଣ୍ଟ ଡାକ୍ତର ଅଛନ୍ତି । ତେବେ ଏମ୍‌ସ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ତେବେ ଏମ୍‌ସ ଜନସଂପର୍କ ଅଧିକାରୀଙ୍କ ସୂଚନା ଅନୁସାରେ ଡର୍ମାଟୋଲୋଜି ବିଭାଗର ଜଣେ ଡାକ୍ତର, ଫାର୍ମାକୋଲୋଜି ବିଭାଗର ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ପାଥୋଲୋଜି ଓ ସର୍ଜରୀ ବିଭାଗର ଜଣେ ଲେଖାଏଁ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ତେ‌ବେ ଏହି ଡାକ୍ତରମାନେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ସେ ନେଇ କୌଣସି ସୂଚନା ଆସିନାହିଁ ।