କନକ ବ୍ୟୁରୋ: ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ପ୍ରକାଶ ପାଇଛି ଚିଠା ବିଜ୍ଞପ୍ତି । ଏହି ଚିଠା ବିଜ୍ଞପ୍ତିରେ ପଛୁଆ ବର୍ଗଙ୍କ ପାଇଁ ୪ ଜିଲ୍ଲା ସଂରକ୍ଷିତ ରଖାଯାଇଛି । ଅନୁଗୁଳ ସହିତ କେନ୍ଦୁଝର, ଖୋର୍ଦ୍ଧା ଓ ଗଜପତି ଜିଲ୍ଲାକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ସେହିପରି ଅନୁସୂଚିତ ଜାତି ଓ ଜନଜାତି ପାଇଁ ୧୩ଟି ଜିଲ୍ଲାକୁ ସଂରକ୍ଷିତ ରଖାଯାଇଛି ।
ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୯୯୧ ମସିହା ଓଡିଶା ଜିଲ୍ଲା ପରିଷଦ ଅଧିନିୟମର ଧାରା ୮ ଅନ୍ତର୍ଗତ ଉପଧାରା ୩ରେ ଅର୍ପିତ କ୍ଷମତା ବଳରେ ଜିଲ୍ଲା ପରିଷଦମାନଙ୍କରେ ଅଧ୍ୟକ୍ଷ ପଦବୀଗୁଡିକ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାଙ୍କ ପାଇଁ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ କରିଛନ୍ତି, ତାହାର ଏକ ଚିଠା ଉକ୍ତ ଧାରାର ଉପଧାରା ୫ ଅନୁସାରେ କରାଯାଇଛି । ତା ସହିତ ଆସନ୍ତା ୨୫ ତାରିଖ ସୁଦ୍ଧା ସର୍ବସାଧାରଣଙ୍କ ଏନେଇ ଅଭିଯୋଗ କିମ୍ବା ପରାମର୍ଶ କରିପାରିବେ । ଅଭିଯୋଗ ଓ ପରାମର୍ଶ ମିଳିବା ପରେ ଏହାକୁ ବିଚାରକୁ ନେଇ ଚିଠା ସଂରକ୍ଷଣ ପ୍ରସ୍ତାବ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ।
ନଜର ପକାନ୍ତୁ, କେଉଁ ଜିଲ୍ଲା ପରିଷଦ କେଉଁମାନଙ୍କ ପାଇଁ ରହିଛି ସଂରକ୍ଷିତ...
— Kanak News (@kanak_news) October 16, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/20-22.jpg)