ଭାରତରେ କରୋନା ଭୂତାଣୁର ନୂଆ ରୂପ : ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଲା ନୂଆ ଷ୍ଟ୍ରେନ; ଆଇସୋଲେସନରେ ଅଛନ୍ତି ଆକ୍ରାନ୍ତ 

ଆଇସିଏମଆର ଡିଜି ବଳରାମ ଭାର୍ଗବ ଦେଲେ ସୂଚନା

802

କନକ ବ୍ୟୁରୋ : ଭାରତରେ କରୋନା ଭୂତାଣୁର ନୂଆ ରୂପ । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଛି ଏହି ନୂଆ ଷ୍ଟ୍ରେନ । ଏନେଇ ସୂଚନା ଦେଇଛନ୍ତି ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ।  ସମସ୍ତ ଆକ୍ରାନ୍ତ ଆଇସୋଲେସନରେ ଥିବା କୁହାଯାଇଛି । ଏଙ୍ଗୋଲାରୁ ଜଣେ, ତାଂଜାନିଆରୁ ଜଣେ  ଓ ଦକ୍ଷିଣ ଆଫ୍ରିକାରୁ ଦୁଇ ଜଣ ଆସିଥିବା ସୂଚନା ରହିଛି । ଏହି ନୂଆ ଷ୍ଟ୍ରେନ  ବ୍ରିଟେନରେ ଦେଖାଦେଇଥିବା ନୂଆ ଷ୍ଟ୍ରେନଠାରୁ ଅଧିକ କ୍ଷୀପ୍ର ଗତିରେ ବ୍ୟାପୁଛି ।

ସେହିପରି ବ୍ରାଜିଲରେ ଦେଖାଦେଇଥିବା କରୋନା ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଭାରତରେ ଚିହ୍ନଟ କରାଯାଇଛି । ସମସ୍ତଙ୍କୁ ଆଇସୋଲେସନରେ ରଖାଯିବା ସହ କଂଟାକ୍ଟ ଟ୍ରେସିଂ ଜାରି  ରହିଛି । ଅନ୍ୟପକ୍ଷରେ ଏଯାଏଁ ଦେଶରେ ୧୮୭ଜଣଙ୍କ ଶରୀରରେ ବ୍ରିଟେନରେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଠାବ ହୋଇଥିବା କହିଛନ୍ତି ସରକାର । ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା କରୋନା ଭୂତାଣୁ ଆମେରିକା ସମେତ ୪୧ଟି ଦେଶରେ ପ୍ରବେଶ କରିସାରିଲାଣି । ବ୍ରିଟେନ ଭାଇରସ ୮୨ଟି ଦେଶ ଏବଂ ବ୍ରାଜିଲ ଭୂତାଣୁ ୯ଟି ଦେଶରେ ଚିହ୍ନଟ କରାଯାଇଛି ।