କନକ ବ୍ୟୁରୋ : ସ୍ଥାନ ପଞ୍ଜାବର ଭଟିିିଣ୍ଡା ମିଲିଟାରୀ ଷ୍ଟେସନ । ସମୟ ପାଖାପାଖି ଭୋର୍ ୪ଟା ୩୫ ମିନିଟ୍ । ହଠାତ୍ ଶୁଭିଥିଲା ଫାୟରିଂ ଶଦ୍ଧ । କେହି କିଛି ବୁଝିବା ପୂର୍ବରୁ ପଞ୍ଜାବର ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ ଘଟିଛି ସେକଥା ଜଣାପଡିଥିଲା । କ୍ୟାମ୍ପସ ଭିତରେ ଥିବା ମିଲିଟାରୀ ମେସରେ ଏହି ଗୁଳିକାଣ୍ଡ ଘଟିଣାରେ ୪ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ବର୍ତମାନ ପୂରା ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ସେନାର ଦକ୍ଷିଣ ପଶ୍ଚିମ କମାଣ୍ଡଙ୍କ ବୟାନ୍ ମୁତାବିକ, ବୁଧବାର ଭୋର୍ ୪ଟା ୩୫ ସମୟରେ ହୋଇଥିଲା ଏହି ଘଟଣା । ଏହା ପରେ ତୁରନ୍ତ ଷ୍ଟେସନର କ୍ୱିକ୍ ରିଆକ୍ସନ ଟିମକୁ ସକ୍ରିୟ କରି ଦିଆଯାଇଛି । ପୂରା ଅଞ୍ଚଳକୁ ସେନା ପକ୍ଷରୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ୍ ଚାଲିଛି ।

Advertisment

ଗୁଳିମାଡ ଘଟଣା ସମ୍ପର୍କରେ ପ୍ରଥମେ ରକ୍ଷାମନ୍ତ୍ରୀ ଓ ରାଷ୍ଟ୍ର୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ସୂଚନା ଦିଆଯାଇଛି । ଘଟଣା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବୈଠକ ଡାକିଛନ୍ତି । ସେପଟେ ଭଟିିଣ୍ଡା ଏସପି କହିଛନ୍ତି, ଏହା କୌଣସି ଆତଙ୍କବାଦୀ ହାମଲା୍ ନୁହେଁ, ଗୁଳିମାଡ ଘଟଣା ପଛରେ ପ୍ରକୃତ କାରଣ ଜଣାପଡିନାହିଁ ।

ଗୁଳିମାଡ ୮୦ ମିଡିୟମ୍ ରେଜିମେଣ୍ଟ ଆଟିଲର୍ରି ଅଫିସର୍ସ ମେସରେ ହୋଇଛି । ମଙ୍ଗଳବାର ରାତିରେ ଗାର୍ଡ ରୁମରୁ ଏକ ଆସଲ୍ଟ ରାଇଫଲ ଚୋରି ହେବାର କିଛି ଘଣ୍ଟା ମଧ୍ୟରେ ଗୁଳିକାଣ୍ଡ ଏବେ ପ୍ରଶ୍ନ ସୃଷ୍ଟି କରିଛି । ମାମଲାରେ ଜଣେ ସନ୍ଦିଗ୍ଧ ଜବାନଙ୍କୁ ଗିରଫ କରି ଜେରା କରଯାଉଛି । ସୁରକ୍ଷାକୁ ଦୃଷ୍ଟିକୁ ରଖି ମିଲିଟାରୀ ଷ୍ଟେସନକୁ ସିଲ କରାଯାଇଛି ।