ଆଜିଠୁ ୪ ଦିନ ପ୍ରାକ୍‌-ମୌସୁମୀ ବର୍ଷା : ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Advertisment
୨୧ରୁ ଓଡ଼ିଶାରେ ବର୍ଷା : ଘନ କୁହୁଡ଼ି ହେବାର ଆଶଙ୍କା, ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଉତ୍ତରପୂର୍ବ ଭାରତରେ ସକ୍ରିୟ ହୋଇଯାଇଛି। ଫଳରେ ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଆସାମ, ମେଘାଳୟ ଓ ଅରୁଣାଞ୍ଚଳପ୍ରଦେଶରେ ମୌସୁମୀ ବ‌ର୍ଷା ଆରମ୍ଭ ହୋଇଯାଇଛି। ଏଥିସହ ରବିବାର ଦିନ କେନ୍ଦ୍ରୀୟ ଆରବସାଗରର ଆଉ କିଛି ଅଂଶ ସମେତ ମହାରାଷ୍ଟ୍ର, ସମ୍ପୂର୍ଣ୍ଣ କର୍ଣ୍ଣାଟକ ଓ ତାମିଲନାଡୁ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର କିଛି କିଛି ଅଂଶରେ ସୌସୁମୀ ସକ୍ରିୟ ହୋଇଛି। ଆଉ ୪ଦିନ ଭିତରେ ମୌସୁମୀ ଓଡ଼ିଶାମୁହାଁ ହେବ। ୧୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କ୍ଷେତ୍ର ମୌସୁମୀକୁ ଓଡ଼ିଶା ଆଡ଼କୁ ଟାଣି ଆଣିବ ବୋଲି ଭାରତୀୟ ପାଣପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଆସନ୍ତାକାଲିଠାରୁ ୪ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌-ମୌସୁମୀ ବର୍ଷା ହେବ ବୋଲି କେନ୍ଦ୍ର କହିଛି।

ଆଜି ଅପରାହ୍‌ଣରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସେହିପରି ୮ ତାରିଖ ଦିନ ୪ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ବାଲେଶ୍ବର ଆଦି ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ୯ତାରିଖ ଦିନ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe