ଚତୁର୍ଥ ଦିନରେ ‘ଚକଲେଟ୍ ଅଲରାଉଣ୍ଡର’ ପ୍ରତିଯୋଗିତା ! ରେଡିଓ ଚକଲେଟକୁ ମିଳିଲା ଆଉ ୪ଜଣ ଫାଇନାଲିଷ୍ଟ ।

60

ଓଡିଶାର ନିଜର ପ୍ରଥମ ଘରୋଇ ଏଫ.ଏମ୍ ଚ୍ୟାନେଲ ରେଡିଓ ଚକଲେଟ୍ ତରଫରୁ ଆରମ୍ଭ ହୋଇଥିବା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତାର ଆଜି ଥିଲା ଚତୁର୍ଥ ଦିନ । ଚତୁର୍ଥ ଦିନରେ କିଟ୍ କଲେଜର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ନାଚ, ଗୀତ, କମେଡି, ଷ୍ଟୋରି ଟେଲିଙ୍ଗ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।

ଆର.ଜେ ଅନିଲ୍, ଆର.ଜେ କୋମଲ ପ୍ରତିଯୋଗିତାକୁ ପରିଚାଳନା କରୁଥିବା ବେଳେ କାର୍ଯ୍ୟକ୍ରମରେ ଓଲିଉଡ ଗାୟକ ସଂଗ୍ରାମ ମହାନ୍ତିଙ୍କ ଗୀତ ଛାତ୍ରଛାତ୍ରୀଙ୍କୁ ଆମୋଦିତ କରିଥିଲା । ଆଜିର ଏହି ପ୍ରତିଯୋଗିତାରେ ଆରଚି ବାସୁ, କସ୍ତୁରୀ ଦାସ, ଶୁଭମ ଓ ଦିପଲିନାଙ୍କୁ ଫାଇନାଲିଷ୍ଟ ଭାବେ ଘୋଷଣା କରାଯାଇଛି । ଏବଂ ସେମାନଙ୍କୁ ଟେକ୍ନୋ ଓ ରାଇମୋ ତରଫରୁ ପୁରଷ୍କୃତ ମଧ୍ୟ କରାଯାଇଛି ।

ଏହି ଇଭେଣ୍ଟରେ ପ୍ରଯୋଜକ ଥିଲେ ଅମୃତ ୱାଟର , ଟେକ୍ନୋ ମୋବାଇଲ୍ସ, ଓରାଇମୋ, ଏଲଆଇସି, ଲକ୍ଷ୍ମୀ ମୋବାଇଲ, ରାପିଡୋ ବାଇକ ଟ୍ୟାକ୍ସି, ଏସବିଆଇ, ସଫଲ ହ୍ୱାଟ୍ସ କୁକୁଙ୍ଗ ଓ ମିଡିଆ ପାର୍ଟନ ସମ୍ବାଦ, କନକ ନ୍ୟୁଜ, ଓଡିଶା ସନଟାଇମ୍ସ ଓ ଆଉଟଡୋର ପାର୍ଟନର ହିନ୍ଦୁସ୍ତାନ ଆର୍ଡଭଟାଇଜିଙ୍ଗ ଏଜେନ୍ସି । ଏହାପରେ ହାଇଟେକ କଲେଜ, ସତ୍ୟସାଇ ମହିଳା ମହାବିଦ୍ୟାଳୟ, ରାଜା ବଗିଚା ସିଟି କଲେଜ, କେ.ଏମ.ବି.ବି ଇଞ୍ଜିନିୟରିଂ କଲେଜ ଏବଂ କିଟ କଲେଜରେ ଏହି ଚକଲେଟ ଅଲରାଉଣ୍ଡରର ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ରେଡିଓ ଚକଲେଟ ତରଫରୁ ସୂଚନା ମିଳିଛି ।