କନକ ବ୍ୟୁରୋ: ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୁହାଣ ନିକଟ କାଠଯୋଡ଼ିରେ ଗାଧୋଉଥିବା ବେଳେ ଭାସିଯାଇ ଆଜି ଅପରାହ୍ଣରେ ୨ ଜଣ ପିଲା ନିଖୋଜ ହୋଇଯାଇଛନ୍ତି। ଏଥିରୁ ୨ ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ରିପୋର୍ଟ ଲେଖାଯିବା ବେଳକୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ତ୍ରିଶୁଳିଆ ନିକଟ ମୁଣ୍ଡମୁହାଣ ଘାଟରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଆଜି ଅପରାହ୍ଣରେ ୪ ଜଣ ପିଲା କାଠଯୋଡ଼ିକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇ ଥିବା ବେଳେ ଏମାନେ ଜଳର ସ୍ରୋତରେ ଭାସି ଯାଇଥିଲେ। ପରେ ସ୍ଥାନୀୟ ଅଂଚଳର ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ୨ ଜଣଙ୍କୁ ଉଦ୍ଧାର କରିଥିଲା। ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଛି।