କନକ ବ୍ୟୁରୋ: ଚା’ ପିଇ ବସ୍ କର୍ମଚାରୀ ଅଚେତ୍ । ବସ୍ ଭଡାରେ ନେବାକୁ ଆସି ଜଣେ ଦୁର୍ବୃତ୍ତ ବସ୍ କର୍ମଚାରୀଙ୍କୁ ନିଶା ମିଶା ଚା’ ପିଆଇ ଦେଇଛନ୍ତି । ଚା ପିଇ ୪ ଜଣ ବସ୍ କର୍ମଚାରୀ ଅଚେତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପାରାଦୀପ ବସଷ୍ଟାଣ୍ଡରେ ଘଟିଛି ଏହି ଅଭାବନୀୟ ଘଟଣା । ବେହୋସ ହୋଇଥିବା ୪ ଜଣ ବସକର୍ମଚାରୀଙ୍କୁ ଦେଖି ଉପସ୍ଥିତ ଅନ୍ୟ ବସର କର୍ମଚାରୀଙ୍କୁ ତାଙ୍କୁ ପ୍ରଥମେ ଅଠରବାଙ୍କି ସରକାରୀ ଡାକ୍ତରଖାନା ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଆଜି ସକାଳେ ତ୍ରିବେଦ ବସର କର୍ମଚାରୀ କଟକ ବାହାରିବାକୁ ପ୍ରସ୍ତୁତ ହେଉଥିଲେ। ସେହି ସମୟରେ କେହି ଜଣେ ବସ ରିଜର୍ଭ କରିବାକୁ ଆସି ତାଙ୍କ ସହ କଥାବାର୍ତା ହୋଇଥିଲେ । ଆଉ କଥା ବାର୍ତା ସମୟରେ ବସ କର୍ମଚାରୀଙ୍କୁ ଚାହା ଯାଚିଥିଲେ । ଚାହା ପିଇବା ପରେ ତ୍ରିଦେବ ବସର ୪ଜଣ କର୍ମଚାରୀ ବେହୋସ ହୋଇପଡିଛନ୍ତି । ତେବେ କେଉଁ ଉଦ୍ଦେଶ୍ୟରେ କିଏ ଏପରି କାର୍ୟ୍ୟ କରିଛି ତାହା ଜଣାପଡିନାହିଁ । ବସ କର୍ମଚାରୀଙ୍କ ଠାରୁ ଲୁଟ ହୋଇଛି ନା ନାହିଁ ତାହା ମଧ୍ୟ ଜଣାପଡିନି ।