କନକ ବ୍ୟୁରୋ : ରାଜ୍ୟ ବାହାରକୁ ଗଂଜେଇ ଚୋରା ଚାଲାଣ କରୁଥିବା ୪ ଜଣ ଯୁବତୀଙ୍କୁ ଧରିଛି ବଲାଙ୍ଗିର ପୋଲିସ । ବଲାଙ୍ଗିର ବସଷ୍ଟାଣ୍ଡରୁ ଗଂଜେଇ ସହ ୪ ଜଣ ଯୁବତୀଙ୍କୁ ଅଟକ ରଖିଛି ପୋଲିସ । ଗୋପନୀୟ ସୁଚନା ପାଇ ପୋଲିସ ଅଚନାକ ଚଢାଉ କରି ଏହି ସଫଳତା ପାଇଛି ।
ଅବୈଧ ନିଶାକାରବାର ଚାଲାଣରେ ଯୁବତୀଙ୍କ ସଂପୃକ୍ତି ଦେଖି ସମସ୍ତେ ତାଜୁବ୍ ହୋଇ ଯାଇଛନ୍ତି । ଏବେ ଗଂଜେଇ ଚୋରାଚାଲାଣ ପଛର ମାଷ୍ଟର ମାଇଣ୍ଡକୁ ଧରିବାକୁ ପୋଲିସ ତନାଘନା ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-16-12h15m24s145.png)