ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ୪ ଏଏନ୍ଏମ୍ କର୍ମୀ ନିଲମ୍ବିତ : ଡ୍ୟୁଟିରେ ଥିବା ବେଳେ ଦୁଇ ଦିନ ତଳେ ଯାଇଥିଲେ ମନ୍ଦିର ଭିତରକୁ; କାରଣ ଦର୍ଶାଅ ନୋଟିସ ସହ ସସପେଣ୍ଡ କଲେ ସିଡିଏମଓ

ସେପଟେ ଟୋକନ ପାଇଥିବା ଭଡାଟିଆ ଆଜିଠୁ ଯାଇପାରିବେ ମନ୍ଦିର

200

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ୪ ଏଏନଏମ ସସପେଣ୍ଡ । ମନ୍ଦିର ବାହାରେ ଡ୍ୟୁଟି କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତିଙ୍କ ଥର୍ମାଲ ଚେକିଂ କରୁଥିଲେ ଏମାନେ । ଗତ ଦୁଇ ଦିନ ତଳେ ଏମାନେ  ପ୍ରବେଶ ଅନୁମତି ନଥିଲେ ବି ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ଘଟଣା ଜଣାପଡିବାରେ ଆଜି କାରଣ ଦର୍ଶଆ ନୋଟିସ ୪ ଜଣଙ୍କୁ ସିଡିଏମଓ ସସପେଣ୍ଡ କରିଛନ୍ତି ।

ଗତ ୨୩ରେ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମେ ସେବାୟତ ଓ ତାଙ୍କ ପରିବାରଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଗ୍ରାଧିକାରୀ ଦିଆଯାଇଥିଲା । ଏହା ପରେ ୱାର୍ଡ ଅନୁଯାୟୀ ପୁରୀ ବାସୀ ଦର୍ଶନ କରୁଛନ୍ତି । ଆସନ୍ତକାଲିଠୁ ପୁରୀ ଜିଲ୍ଲାର ଭଡାଟିଆ ଓ କର୍ମଜୀବୀ ଟୋକନ ପାଇଥିଲେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ତେବେ ଟୋକନ ଥିଲେ ଆଜିଠୁ ମଧ୍ୟ ଭଡାଟିଆ ମାନେ  ଘର ମାଲିକଙ୍କଠୁ ଲିଖିତ ଅନୁମତି ଆଣି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ବୋଲୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।