ସଂସଦରେ ‘ସ୍ମୋକ ଆକ୍ରମଣ’, ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଯୁବକ । ପୂରା ଗୃହକୁ କରିଲେ ଧୂଆଁମୟ, ସୋସିଆଲ ମିଡ଼ିଆରେ ପରସ୍ପରକୁ ଚିହ୍ନିଥିଲେ ୪ ଅଭିଯୁକ୍ତ । ଜାଣନ୍ତୁ ୪ ଅଭିଯୁକ୍ତଙ୍କ ନାଁ କଣ?

Advertisment
ସଂସଦରେ ‘ସ୍ମୋକ ଆକ୍ରମଣ’, ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଯୁବକ । ପୂରା ଗୃହକୁ କରିଲେ ଧୂଆଁମୟ, ସୋସିଆଲ ମିଡ଼ିଆରେ ପରସ୍ପରକୁ ଚିହ୍ନିଥିଲେ ୪ ଅଭିଯୁକ୍ତ । ଜାଣନ୍ତୁ ୪ ଅଭିଯୁକ୍ତଙ୍କ ନାଁ କଣ?

କନକ ବ୍ୟୁରୋ : ଲୋକସଭା ସୁରକ୍ଷା ବ୍ୟବସ୍ଥାରେ ବଡ ଧରଣର ତ୍ରୁଟି । ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଲୋକସଭା ଭିତରକୁ ଧସେଇ ପଶିଲେ ଦୁଇ ଜଣ ଅଜଣା ବ୍ୟକ୍ତି । ଦର୍ଶକ ଗ୍ୟାଲେରୀରୁ ୨ ଅଜଣା ବ୍ୟକ୍ତି ସିଧା ଗୃହ ମଧ୍ୟକୁ ଡେଇଁଥିଲେ । ଏହାସହ ଜୋତାରୁ ସ୍ମୋକ କ୍ୟାଣ୍ଡେଲ ବାହାର କରି ଗୃହକୁ ହଳଦିଆ ଧୂଆଁରେ ଧୂଆଁମୟ କରିଥିଲେ । ସମାନ ସମୟରେ ଗୃହ ବାହାରେ ଜଣେ ଯୁବକ ଓ ଯୁବତୀ ମଧ୍ୟ ସ୍ମୋକ କ୍ୟାଣ୍ଡେଲ ଜଳାଇବା ସହ ନାରାବାଜି କରିଥିଲେ । ଗୃହର ସଦସ୍ୟଙ୍କ ଚେୟାର ଉପରେ ଡେଇଁ ଡେଇଁ ଯାଉଥିବା ବେଳେ ସାଂସଦ ମାନେ ୨ ଯୁବକଙ୍କୁ କାବୁ କରିଥିବା ବେଳେ ଗୃହ ବାହାରେ ପୋଲିସ ଅନ୍ୟ ୨ ଯୁବକ ଓ ଯୁବତୀଙ୍କୁ ଗିରଫ କରିଥିଲା ।

ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଛି । ସଂସଦ ଭିତରେ ସାଗର ଓ ମନୋରଞ୍ଜନ ଦର୍ଶକ ଗ୍ୟାଲେରୀରୁ ଗୃହ ମଧ୍ୟକୁ ଡେଇଁଥିବା ବେଳେ ସଂସଦ ବାହାରେ ନିଲମ ଓ ଅମୋଲ ନାରାବାଜି କରୁଥିଲେ । ସବୁଠୁ ବଡ କଥା ହେଲା, ୪ ଅଭିଯୁକ୍ତ ପରସ୍ପରକୁ ଜାଣିଥିଲେ । ମିଳିଥିବା ସୂଚନା ମୁତାବକ, ସୋସିଆଲ ମିଡ଼ିଆରୁ ୪ ଅଭିଯୁକ୍ତ ପରସ୍ପରକୁ ଚିହ୍ନିଥିଲେ ଏବଂ ସଂସଦରେ ଏଭଳି କିଛି କରିବାକୁ ପ୍ଲାନ କରିଥିଲେ ।

ଲୋକସଭା ମଧ୍ୟରେ ସ୍ମୋକ ଆକ୍ରମଣ କରିଥିବା ସାଗର ଓ ମନୋରଞ୍ଜନ ମହିଶୂରରୁ ସାଂସଦ ଥିବା ପ୍ରତାପ ସିହ୍ମାଙ୍କ ଅତିଥି ଭାବେ ଦର୍ଶକ ଗ୍ୟାଲେରୀକୁ ଆସିଥିଲେ । ଅପରାହ୍ନ ୧ଟା ସମୟରେ ଉଭୟ ଦର୍ଶକ ଗ୍ୟାଲେରୀରୁ ସିଧା ଗୃହ ମଧ୍ୟକୁ ଡେଇଁଥିଲେ । ତେବେ ଏହି ଘଟଣା ପରେ ସାଂସଦ ମାନେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଦାବି କରିଛନ୍ତି । ଏହାସହ ଉକ୍ତ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe