କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କଟକ ଗ୍ରାମାଞ୍ଚଳ ଏସପିଙ୍କ ସୂଚନା । ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣ ଗିରଫ ହୋଇଛନ୍ତି । ଏହାସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ମାମଲାରେ ତଦନ୍ତ ଚାଲିଛି, ଅଧିକ ତଥ୍ୟ ମିଳିଲେ ଜଣାପଡିବ ବୋଲି କହିଛନ୍ତି ଏସପି ।
ଆଜି ମାହାଙ୍ଗା ଡବଲ ମର୍ଡର ମାମଲାରେ ଡେମୋ ଦେଖାଇଲା ଅଭିଯୁକ୍ତ । ଜଣେ ଅଭିଯୁକ୍ତକୁ ପୁଲିସ ଘଟଣା ସ୍ଥଳକୁ ନେଇଥିଲା । ସେମାନେ କେମିତି ହତ୍ୟା କରିଥିଲେ ସଂପୂର୍ଣ୍ଣ ଡେମୋ କରି ଦେଖାଇଛନ୍ତି । ପୁଲିସ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇଥିଲେ । ଘଟଣା ସ୍ଥଳରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି ।
ଶନିବାର ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାକୁ ନେଇ ରାଜନୀତି ଜୋର ଧରିଛି । ୪୮ ଘଂଟା ମଧ୍ୟରେ ଅପରାଧୀଙ୍କୁ ନ ଧରିଲେ ବିଜେପି ଆନ୍ଦୋଳନ ଜୋରଦାର କରିବ ବୋଲି କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/1-5.jpg)